ବଦଳିବ ଭୁବନେଶ୍ବର ରେଳ ଷ୍ଟେସନର ରୂପରେଖ: ଯାତ୍ରୀଙ୍କୁ ମିଳିବ ବିଶ୍ବସ୍ତରୀୟ ସୁବିଧା ସୁଯୋଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବଦଳିବ ଭୁବନେଶ୍ବର ରେଳ ଷ୍ଟେସନର ରୂପରେଖ। ଯାତ୍ରୀଙ୍କୁ ମିଳିବ ବିଶ୍ବସ୍ତରୀୟ ସୁବିଧା ସୁଯୋଗ। ଭୁବନେଶ୍ବର ରେଳ ଷ୍ଟେସନର ହେବ ପୁନଃ ବିକାଶ। ରେଳ ଷ୍ଟେସନ ପୁନଃ ବିକାଶ ପାଇଁ ଆଜି ଭିତ୍ତିପ୍ରସ୍ଥର ସ୍ଥାପନ କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ବର ଷ୍ଟେସନରେ ପୁରୀ-ଜଳେଶ୍ବର ପାସେଞ୍ଜର ଟ୍ରେନର ହେବ ଶୁଭାରମ୍ଭ। ସକାଳ 9ଟା 15ମିନିଟରେ ଭୁବନେଶ୍ବର ବିଶ୍ବସ୍ତରୀୟ ରେଳ ଷ୍ଟେସନର ଭିତ୍ତିପ୍ରସ୍ଥର ସ୍ଥାପନ ଉତ୍ସବ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀଙ୍କ ସମେତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଯୋଗଦେବେ। ଏହି କାମ ସରିଲେ ଭୁବନେଶ୍ବରରେ ରେଳଯାତ୍ରୀଙ୍କ ପାଇଁ ବିଶ୍ବସ୍ତରୀୟ ସୁବିଧା ସୁଯୋଗ ଉପଲବ୍ଧ ହେବ। ଦୁଇ ବର୍ଷ ମଧ୍ୟରେ ପ୍ରକଳ୍ପ କାମ ଶେଷ ହେବାକୁ ଥିବା ବେଳେ ଏଥିପାଇଁ ଖର୍ଚ୍ଚ ହେବ 308 କୋଟି ଟଙ୍କା। ସମୟ ମଧ୍ୟରେ କାମ ସରିଲେ 2024 ଶେଷ ସୁଦ୍ଧା ବିଶ୍ବସ୍ତରୀୟ ରେଳଷ୍ଟେସନ ବ୍ୟବହାର ଉପଯୋଗୀ ହେବ।.

Leave A Reply

Your email address will not be published.