ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମୟୂରଭଞ୍ଜରେ ମର୍ମନ୍ତୁଦଃ ସଡ଼କ ଦୁର୍ଘଟଣା। ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଘାଟିରେ ଟ୍ରକ- ବାଇକ ମୁହାଁମୁହିଁ ଧକ୍କା ହୋଇ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ବିଶୋଇରୁ ବାରିପଦା ଅଭିମୁଖେ ଏକ ବାଇକରେ ଦମ୍ପତି ଆସୁଥିବା ବେଳେ ଦୁଆରଶୁଣି ଘାଟିରେ ଏକ ଟ୍ରକ ସହିତ ସେମାନଙ୍କ ର ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣା ପରେ ଟ୍ରକଟି ରାସ୍ତା ପାର୍ଶ୍ଵରେ ଥିବା ଗଛକୁ ଧକ୍କା ଦେଇ ଅଟକି ଯାଇଛି। ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ବାଙ୍ଗିରିପୋଷି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।