ରାସ୍ତାରେ ଆଉ ଗଡ଼ିବନି ୧୫ ବର୍ଷର ପୁରୁଣା ଗାଡ଼ି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆପଣଙ୍କ ପାଖରେ ୧୫ ବର୍ଷର ପୁରୁଣା ଗାଡ଼ି ଅଛି କି? ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏଣିକି ରାସ୍ତାରେ ଆଉ ଗଡିବନି ୧୫ ବର୍ଷର ପୁରୁଣା ଗାଡି । ଖୋର୍ଦ୍ଧାରେ ଖୋଲିଛି ପୂର୍ବ ଭାରତର ପ୍ରଥମ ତଥା ଦେଶର ଦ୍ୱିତୀୟ ସ୍କ୍ରାପିଂ ୟୁନିଟ୍ । ଏଠାରେ ସବୁ ପୁରୁଣା ଗାଡିଗୁଡିକୁ ସ୍କ୍ରାପିଂ କରାଯାଇ ତାର ଉଚିତ ମୂଲ୍ୟ ଦିଆଯିବ । ଟାଟା ମୋଟର୍ସ ସହଯୋଗରେ ଖୋର୍ଦ୍ଧାର କୁମାରବସ୍ତରେ ଆରମ୍ଭ ହୋଇଛି ଏହି ସ୍କ୍ରାପିଂ ୟୁନିଟ । ଏହାକୁ ଉଦଘାଟନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

ଏଠାରେ ପୁରୁଣା ଗାଡି ଗୁଡିକୁ ସ୍କ୍ରାପିଂ କରାଯାଇ ତାର ଉଚିତ ମୂଲ୍ୟ ପ୍ରଦାନ କରାଯିବା ସହିତ ନୂଆ ଯାନ କିଣିଲା ବେଳେ ଅନେକ ସୁବିଧା ସୁଯୋଗ ମିଳିବ । ରାଜ୍ୟର ସବୁ ଅଞ୍ଚଳର ପୁରୁଣା ଯାନଗୁଡିକୁ ଏଠାରେ ସ୍କ୍ରାପିଂ କରାଯିବ । ପ୍ରଥମ ଦଫାରେ ସମସ୍ତ ସରକାରୀ ପୁରୁଣା ଯାନଗୁଡିକର ସ୍କ୍ରାପିଂ ଆରମ୍ଭ ହୋଇଛିା

Leave A Reply

Your email address will not be published.