ଉତ୍ତରପ୍ରଦେଶରେ ଦୁଇ ସାଧୁଙ୍କୁ ନିର୍ମମ ହତ୍ୟା

0

କିଛିଦିନ ପୂର୍ବେ ମହାରାଷ୍ଟ୍ର ରାଜ୍ୟରେ ଦୁଇ ସାଧୁ ଙ୍କୁ ପିଟି ପିଟି ହତ୍ୟା କରିଥିବା ଘଟଣା ଲୋକ ମାନଙ୍କ ମନରୁ ନଲିଭିଣୁ ପୁଣି ଏହାର ପୁନରାବୃତ୍ତି ଘଟିଛି l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ରାଜ୍ୟର ବୁଲନ୍ଦଶହର ଅନ୍ତର୍ଗତ ପଗୋନା ଗ୍ରାମରେ l ସୋମବାର ଦିନ କେହି ଜଣେ ଦୃବର୍ତ୍ତ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ସାଧୁ ଦୁଇଜଣଙ୍କ ହତ୍ୟା କରିଛି ବୋଲି ଅନୁମାନ କରାଯାଉଛି l ସାଧୁ ଦୁଇ ଜଣ ଉତ୍ତରପ୍ରଦେଶ ର ପଗୋନା ଗ୍ରାମରେ ଥିବା ଏକ ଶିବ ମନ୍ଦିର ରେ ପୂଜକ ହିସାବରେ କାର୍ଯ୍ୟ କରି ଆସୁଥିଲେ l ଉକ୍ତ ପୂଜକ ମାନେ ସେହି ମନ୍ଦିର ବେଢାରେ ରହିଆସୁଥିଲେ l କିନ୍ତୁ ସୋମବାର ଦିନ କେହି ଜଣେ ଦୃବର୍ତ୍ତ ହତ୍ୟା କରିଥିବା ଘଟଣା ସାମ୍ନା କୁ ଆସିବା ପରେ l ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ପୋଲିସ ପଡୋଶୀ ଗ୍ରାମରୁ ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ୍ କରିଥିବା ସୂଚନା ମିଳିଛି l

Leave A Reply

Your email address will not be published.