ଚୀନ୍ ବିରୋଧରେ ଗଭୀର ତଦନ୍ତ ଚାଲିଛି : ଡୋନାଲ୍ଡ ଟ୍ରମ୍ପ

0

ମହାମାରୀ କରୋନା ଭାଇରସ୍ ସାରା ବିଶ୍ୱକୁ ସଙ୍କଟରେ ପକାଇଛି l ସାରା ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସର୍ବାଧିକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି l ଏନେଇ ଚୀନକୁ ଦାୟୀକରିଛି ଯୁକ୍ତ ରାଷ୍ଟ୍ର ଆମେରିକା l ଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ କରୋନା ଭାଇରସ୍ ପ୍ରସଙ୍ଗରେ ଚୀନ ବିରୋଧରେ ଆମେ କଠୋର ତଦନ୍ତ ଚଳାଇଛୁ l ଏହି ମହାମାରୀ ଭାଇରସ୍ ଉପରୁ ଖୁବ୍ ଶୀଘ୍ର ପରଦା ଉଠିବ ବୋଲି ଟ୍ରମ୍ପ କହିଛନ୍ତି l ଡୋନାଲ୍ଡ ଟ୍ରମ୍ପ ଆହୁରି ମଧ୍ଯ କହିଛନ୍ତି ଯେ ଚୀନ ରୁ ଆସିଥିବା ଭାଇରସ୍ ଯୋଗୁଁ ଆମେରିକାର ଯେଉଁ କ୍ଷତି ହେଲା ସେଥିପାଇଁ ଚୀନ ଆମେରିକାକୁ 12.41 ଲକ୍ଷ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଆମେରିକା ଦାବି ରଖିଛି l ସେପଟେ ବ୍ରିଟେନ ଏବଂ ଜର୍ମାନୀ ପକ୍ଷରୁ ମଧ୍ଯ ଚୀନ କୁ ଦୋଷୀ ବୋଲି ବିବେଚନା କରାଯାଇ କ୍ଷତିପୂରଣ ଦାବି କରାଯାଇଛି l ବ୍ରିଟେନ, ଆମେରିକା ଏବଂ ଜର୍ମାନୀ ପକ୍ଷରୁ କୁହାଯାଇଛି ଯେ ଯଦି ଚୀନ ତରଫରୁ ପ୍ରାରମ୍ଭିକ ପଦକ୍ଷେପ ନିଆଯାଇଥାନ୍ତା ତେବେ ସାରା ବିଶ୍ୱରେ ଏହି ମାରାତ୍ମକ ଭାଇରସ୍ ବ୍ୟାପି ନଥାନ୍ତା କିମ୍ବା ବିଶ୍ଵ ଅର୍ଥନୀତି ନିମ୍ନଗାମୀ ହୋଇନଥାନ୍ତା l

Leave A Reply

Your email address will not be published.