ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ । ଜମ୍ମୁ-କଶ୍ମୀରର ଅବନ୍ତିପୁରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ପୋଲିସ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ । ଏହା ସହ ଆତଙ୍କବାଦୀଙ୍କଠାରୁ ହତିଆର ମଧ୍ୟ ଜବତ ହୋଇଛି । ପୋଲିସର ସୂଚନା ଅନୂଯାୟୀ, ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଯାହାର ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଆଉ ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।
ପୂର୍ବରୁ କଠୁଆରେ ସୁରକ୍ଷାକର୍ମୀ ସୀମା ନିକଟରେ ଆସିଥିବା ଏକ ଡ୍ରୋନକୁ ମାରି ଖସାଇଥିଲେ । ଏହି ଡ୍ରୋନ ଦ୍ୱାରା ୭ ଗ୍ରେନେଡ ଏବଂ ବମ୍ ଅଣାଯାଉଥିଲା ବୋଲି ସୂଚନା ମିଳିଛି । ସେହିଭଳି ଗତ ଗୁରୁବାର ସୁରକ୍ଷାକର୍ମୀ କୁପୱାଡ଼ାରେ ଅନୁପ୍ରବେଶ କରୁଥିବା ୩ ଆତଙ୍କୀ ନିପାତ କରିଥିଲେ।