ଆଠମଲ୍ଲିକରୁ ୪୫ କେଜି ଗଞ୍ଜେଇ ଜବତ ସହ ଦୁଇ ବେପାରୀ ଗିରଫ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବୌଦ୍ଧ ଜିଲ୍ଲା ଆଠମଲ୍ଲିକରୁ ଜବତ ହୋଇଛି କାରରୁ ୪୫ କେଜି ଗଞ୍ଜେଇ। ଏହା ସହ ଦୁଇ ବେପାରୀ ଗିରଫ କରିଛି ଆଠମଲ୍ଲିକ ବନ ବିଭାଗ। ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଧରିଛି ବନ ବିଭାଗ । ୪୫ କେଜି ଗଞ୍ଜେଇ ସହ ଗୋଟିଏ କାରକୁ ଜବତ କରିଛି  । ଏବଂ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ଆଠମଲ୍ଲିକ ଥାନା ନିକଟ ରାସ୍ତାରେ ଏକ କାରରେ ଦୁଇ ଜଣ ଗଞ୍ଜେଇ ବେପାରୀ ଯାଉଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ଫଳରେ କାରରୁ ୪୫ କେଜି ୮୦୦ ଗ୍ରାମର ଗଞ୍ଜେଇ ଜବତ କରିଥିଲା । ଏହାସହ ଦୁଇ ଗଞ୍ଜେଇ ବେପାରୀଙ୍କୁ ମଧ୍ୟ ଗିରଫ କରିଛି । ଦୁଇ ବେପାରୀ ସୁଶାନ୍ତ ମହନନ୍ଦିଆ ଏବଂ ସୁଶୀଲ ମହନନ୍ଦିଆ ବୋଲି ଜଣାପଡିଛି । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ବ ହେବ ।

Leave A Reply

Your email address will not be published.