ରାଜ୍ୟ ସରକାର ଓ ଓଡ଼ିଶା ଲୋକସେବା ଆୟୋଗଙ୍କୁ ୟୁଜିସିର ଚିଠି, ନିଯୁକ୍ତି ପ୍ରକ୍ରିୟା ବନ୍ଦ ନ କଲେ ନିଆଯିବ ଆଇନଗତ କାର୍ଯ୍ୟନୁଷ୍ଠାନ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ମେ’ ୨୩ରେ ପ୍ରକାଶ ପାଇଛି ଓପିଏସସି ସମାଜ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିର ଫଳାଫଳ ଓ ମେ’ ୨୪ରେ ବାଣିଜ୍ୟର ଆସିଷ୍ଟାଣ୍ଟ ପ୍ରଫେସର ଡକୁମେଣ୍ଟ ଭେରିଫିକେସନ୍ ପାଇଁ ବିଜ୍ଞପ୍ତି । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦ର ଉଲ୍ଲଂଘନକୁ ନେଇ ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସସିକୁ ଏକ ତାଗିଦ୍ ପତ୍ର ଦେଇଛି ୟୁଜିସି । ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତିକୁ ନେଇ ଶିକ୍ଷାବିଭାଗ ଓ ଓପିଏସସି ଉପରେ କ୍ଷୁବ୍ଧ ହୋଇଛି ୟୁଜିସି। ଓପିଏସସି ଦ୍ୱାର ଶିକ୍ଷକ ନିଯୁକ୍ତି ଓ ଏସଏସବି ଦ୍ୱାରା ଅଣଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ସୁପ୍ରିମକୋର୍ଟର ନିର୍ଦ୍ଦେଶର ଉଲ୍ଲଘନ କରୁଛି। ରାଜ୍ୟ ସରକାର ଓ ଓଡ଼ିଶା ଲୋକସେବା ଆୟୋଗ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରହିବାକୁ ଚିଠିରେ ଉଲ୍ଲେଖ କରିଛି ୟୁଜିସି।

Leave A Reply

Your email address will not be published.