ବ୍ରିଟେନ ଉପ-ପ୍ରଧାନମନ୍ତ୍ରୀ ପଦରୁ ଡୋମିନିକ୍ ରାବଙ୍କ ଇସ୍ତଫା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବ୍ରିଟେନ ଉପ-ପ୍ରଧାନମନ୍ତ୍ରୀ ପଦରୁ ଡୋମିନିକ୍ ରାବଙ୍କ ଇସ୍ତଫା । ଶୁକ୍ରବାର ଡୋମିନିକ୍ ରାବ ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ଅଭିଯୋଗ ଆଧାରରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ଡୋମିନିକ୍ ଏହି ପଦରୁ ଇସ୍ତଫା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ହସ୍ତଗତ ହୋଇଥିବା ରିପୋର୍ଟ ଆଧାରରେ ପୂର୍ବରୁ ବ୍ରିଟେନର ବୈଦେଶିକ ସଚିବ ଥିବାବେଳେ ରାବ ନିଜର ସହକାରୀ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ ।   ୪୫ ବର୍ଷିୟ ରାଏବ ତାଙ୍କ କର୍ମଚାରୀଙ୍କୁ ଅସମ୍ମାନ କରିଥିବା ଦାବିକୁ ଅସ୍ୱୀକାର କରିଥିଲେ। ପୂର୍ବରୁ ସେ କହିଥିଲେ କି, ସେ ସର୍ବଦା ବୃତ୍ତିଗତ ଭାବରେ ଆଚରଣ କରୁଥିଲେ, କିନ୍ତୁ ଯଦି ଗାଳିଗୁଲଜ କରିଥିବା ପ୍ରମାଣ ମିଳି ସେ ଇସ୍ତଫା ଦେବେ। ତେବେ ତାଙ୍କ ବିରୋଧରେ ଗାଳିଗୁଲଜ କରିବାର ଦୁଇଟି ତଦନ୍ତ କରାଯାଇ ଅନ୍ୟମାନଙ୍କୁ ବରଖାସ୍ତ କରାଯାଇଛି ବୋଲି ରାଏବ ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି। କିନ୍ତୁ ସେ ଏହି ତଦନ୍ତକୁ “ତ୍ରୁଟିପୂର୍ଣ୍ଣ” ବୋଲି କହିଛନ୍ତି ଏବଂ ତଦନ୍ତ ଏତେ ବିପଜ୍ଜନକ ଉଦାହରଣ ସୃଷ୍ଟି କରିଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଆହୁରି ବି କହିଛନ୍ତି କହିଛନ୍ତି ଯେ ସେ ପ୍ରତିଶ୍ରୁତି ଦେଇଥିବାରୁ ଇସ୍ତଫା ଦେଇ ନିଜର କର୍ତ୍ତବ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ମଧ୍ୟ ତାଙ୍କ ପଦରୁ ଆକସ୍ମିକ ଇସ୍ତଫା ଦେଇଥିଲେ। ଦେଶରେ ଘନ ଅର୍ଥନୈତିକ ସଙ୍କଟ ଜାରି ରହିଥିବାବେଳେ ସମସ୍ୟାରେ ଛନ୍ଦି ହୋଇଥିବା ଟ୍ରସ୍ ଶେଷରେ ଇସ୍ତଫା ଦେଇଥିଲେ । ବ୍ରିଟେନ ଇତିହାସରେ ସବୁଠାରୁ କମ୍ ସମୟ ଲାଗି ପ୍ରଧାନମନ୍ତ୍ରୀ ଦାୟିତ୍ବ ନେଇଥିଲେ ଟ୍ରସ୍ । ବିଭିନ୍ନ କାରଣରୁ ନିନ୍ଦିତ ବୋରିସ ଜନସନଙ୍କ ପରେ ଦାୟିତ୍ବ ନେଇଥିବା ଟ୍ରସ ମାତ୍ର ୪୫ ଦିନରେ ଇସ୍ତଫା ଦେଇଛନ୍ତି । ଶୁଳ୍କ ହ୍ରାସ ନିଷ୍ପତ୍ତି କାରଣରୁ ତାଙ୍କୁ ନିଜ ଦଳ କଞ୍ଜରଭେଟିଭ ପାର୍ଟିରୁ ଜୋରଦାର ସମାଲୋଚନା ମିଳିଥିଲା । ସେ କହିଥିଲେ- ସାମ୍ପ୍ରତିକ ସ୍ଥିତିକୁ ମୁକାବିଲା କରିବା କ୍ଷେତ୍ରରେ ସେ ଅକ୍ଷମ ପାଲଟିଛନ୍ତି । ଯେଉଁ ସମସ୍ୟାର ସୁଧାରିବା ଲାଗି ତାଙ୍କୁ ନିର୍ବାଚିତ କରାଯାଇଥିଲା ତାହା ପୂରଣ କରିବାରେ ସେ ବିଫଳ ହୋଇଛନ୍ତି ।

ସରକାରୀ ଦଳର ପ୍ରାୟ ଶହେ ସାଂସଦ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନୋ କନଫିଡେନ୍ସ ଲେଟର ଦାଖଲ କରି ଟ୍ରସକୁ ନିଜ ଦଳରେ ହିଁ ବିରୋଧ କରାଯାଉଥିଲା । ତେବେ ଲିଜ ଟ୍ରସ ପ୍ରଧାମନ୍ତ୍ରୀ ପଦରୁ ଇସ୍ତଫା ଦେଇବା ପରେ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ପୂର୍ବରୁ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ନିଜ ଘନିଷ୍ଠ ବନ୍ଧୁ ତଥା ଅର୍ଥ ମନ୍ତ୍ରୀ କ୍ବାସି କ୍ବାରତେଙ୍ଗଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଥିଲେ ଲିଜ୍ । ଏହାସହ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ ମଧ୍ୟ ଇସ୍ତଫା ଦେଇଥିଲେ। ଧନୀ ଲୋକ ସମେତ ଅନ୍ୟାନ୍ୟ କ୍ଷେତ୍ରରୁ ପ୍ରାୟ ୪୫ ବିଲିୟନ ପାଉଣ୍ଡ ବା ୫୦ ବିଲିୟନ ଡଲାର ଆୟକର ହ୍ରାସ ପରେ ଦେଶକୁ ଅର୍ଥନୈତିକ ସମସ୍ୟା ମାଡ଼ିବସିଛି ।

Leave A Reply

Your email address will not be published.