ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଋଷ-ୟୁକ୍ରେନ୍ ଯୁଦ୍ଧ ଦୀର୍ଘ ୧ ବର୍ଷରୁ ଅଧିକ ହେବ ଜାରି ରହିଛି । ଯେତେ ଉଦ୍ୟମ କଲେ ବି ଏହା ଥମିବାର ନାଁ ନେଉନାହିଁ । କେତେବେଳେ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରୁଛି ତ ଆଉ କେତେବେଳେ ୟୁକ୍ରେନ୍ ଋଷ ଉପରେ ଆକ୍ରମଣ କରୁଛି । ଏହାରି ଭିତରେ ଋଷ ଉପରେ ଡ୍ରୋନ୍ ଆକ୍ରମଣ କରିଛି ୟୁକ୍ରେନ୍ । ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ ୨ଟି କୋଠା ନଷ୍ଟ ହୋଇଯିବାରୁ ଗତରାତିରେ ମସ୍କୋସ୍ଥିତ ଏକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ସ୍ବଳ୍ପ ସମୟ ପାଇଁ ବନ୍ଦ ରଖାଯାଇଥିବା କଥା ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
ପ୍ରତିରକ୍ଷା ମନ୍ତ୍ରାଳୟ କହିବା ଅନୁସାରେ, ମସ୍କୋ ଆକାଶରେ ଉଡୁଥିବା ୟୁକ୍ରେନ୍ର ୩ଟି ଡ୍ରୋନ୍କୁ ଗୁଳି ମାରି ଖସାଇ ଦିଆଯାଇଛି। ସେଥିରୁ ଗୋଟିଏ ଡ୍ରୋନ୍ ସହରର ଉପକଣ୍ଠରେ ପଡ଼ିଥିବା ବେଳେ ଆଉ ୨ଟି ଡ୍ରୋନ୍ ବୈଦ୍ୟୁତିକ ଅସ୍ତ୍ରଦ୍ବାରା ବାଧା ପାଇ ଗୋଟାଏ ଅଫିସ୍ ପରିସରରେ ଧକ୍କାଖାଇ ନଷ୍ଟ ହୋଇଯାଇଛି। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି।