ଭାରତ ଆସିବାକୁ ଚାହୁଁଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭାରତ ଆସିବାକୁ ଚାହୁଁଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି। ଏନେଇ ଚର୍ଚ୍ଚା ବର୍ତ୍ତମାନ ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ରହିଛି। ଯଦି ଏହି ଯାତ୍ରା ସଫଳ ହୁଏ, ତେବେ ଏକ ମହତ୍ବପୂର୍ଣ୍ଣ ମାଇଲଷ୍ଟୋନ୍ ପ୍ରମାଣିତ ହେବ, କାରଣ ଗତ କିଛି ବର୍ଷ ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବାପରେ ଏହା କୌଣସି ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ପ୍ରଥମ ଭାରତ ଯାତ୍ରା। Wion ର ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ଜେଲେନସ୍କି ଭାରତ ଯାତ୍ରା ପ୍ରସଙ୍ଗରେ ଭାରତୀୟ ପକ୍ଷ ସହିତ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସଏ) ସ୍ତର ସହିତ ବହୁ ସ୍ତରରେ ଚର୍ଚ୍ଚା କରାଯାଇଛି। ଏହା ଅନୁସାରେ, ୟୁକ୍ରେନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ମୁଖ୍ୟ ଏଣ୍ଡ୍ରି ୟରମକ୍‌ ଓ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସଏ) ଅଜିତ ଡୋଭାଲ ବିଚାର-ବିମର୍ଷରେ ଲାଗିଛନ୍ତି। ଉଲ୍ଲେଖନୀୟ ଯେ, ଭାରତ ଲଗାତାର ଋଷ-ୟୁକ୍ରେନ୍‌ ସଂଘର୍ଷର ସମାଧାନ କରିବାର ପ୍ରାଥମିକ ସାଧନ ରୂପରେ ଆଲୋଚନା ଓ କୁଟନୀତିର ଓକିଲାତି କରିଛି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ଭାବରେ କହିଛନ୍ତି, ଏହା ଯୁଦ୍ଧର ଯୁଗ ନୁହେଁ।’ ଭାରତ ୟୁକ୍ରେନ୍‌ରେ ଜାରି ଯୁଦ୍ଧର ଖରାପ ପରିମାଣ ଦୁନିଆର ଧ୍ୟାନ ଆକର୍ଷିତ କରିଛି। ଏହି କାରଣରୁ ଖାଦ୍ୟ, ଇନ୍ଧନ ଓ ଉର୍ବରକ ଭଳି ଆବଶ୍ୟକତା ବସ୍ତୁର ମୂଲ୍ୟ ବଢିଯାଇଛି। ଏହାଦ୍ବାରା କେବଳ ଭାରତ ନୁହେଁ ବଂର ବିଶ୍ବ ସମୁଦାୟ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି।

ଉଲ୍ଲେଖନୀୟ ଯେ, ଭାରତ ନିକଟରେ ଜି-୨୦ର ଅଧ୍ୟକ୍ଷତା କରିଛି। ତେବେ ଗତ ବର୍ଷ  ୟୁକ୍ରେନ୍‌କୁ ଇଣ୍ଡୋନେସି ଜି-୨୦ ଶିଖର ସମ୍ମିଳନୀର ଭାଗ ନେବା ପାଇଁ ଔପଚାରିକ ରୂପରେ ଆମନ୍ତ୍ରିତ କରାଯାଇ ନଥିଲା। ଦୁଇ ଦେଶ ଭିତରେ ନିରନ୍ତର ଆଲୋଚନା ଜାରି ରହିଛି। ଚଳିତ ବର୍ଷ ଆରମ୍ଭରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ସଚିବ(ପଶ୍ଚିମ) ସଞ୍ଜୟ ବର୍ମା କିଭ୍ ଗସ୍ତ କରିଥିଲେ, ସେଭଳି ୟୁକ୍ରେନ୍‌ର ପ୍ରଥମ ଉପ ବୈଦେଶିକ ମନ୍ତ୍ରୀ ଏମିନ୍ ଦଜାପରୋଭା ଦିଲ୍ଲୀର ରାଜନୈତିକ ଯାତ୍ରା କରିଥିଲେ। ଏହି ଆଲୋଚନା ୟୁକ୍ରେନ୍‌ ସଂଘର୍ଷର ଆରମ୍ଭ ପରେ ଦୁଇ ଦେଶ ଭିତରେ ପ୍ରଥମ ସରକାର ରୁ ସରକାର ଯାତ୍ରାର ପ୍ରତୀକ ହୋଇଥାଏ। ଚଳିତ ବର୍ଷ ଆରମ୍ଭରୁ ଏକ ଗୁରୁତ୍ବପୂର୍ଣ୍ଣ କୁଟନୈତିକ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁକ୍ରେନ୍‌ ରାଷ୍ଟ୍ରପତି ବ୍ଲାଦିମିର ଜେଲେନସ୍କି ହିରୋସିମାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ କରିଛନ୍ତି। ବୈଠକ ବେଳେ, ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ୟୁକ୍ରେନ୍ ଯୁଦ୍ଧ ସାରା ବିଶ୍ବ ଉପରେ ଗଭୀର ପ୍ରଭାବ ପକାଇଛି। ପାଶ୍ଚାତ୍ୟ ଦେଶର ଚାପ ପରେ ଭାରତ ଓ ଋଷର ସମ୍ପର୍କ ମଧୁର ହୋଇଛି। ନିକଟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ ଭାରତ ଓ ଋଷ ଭିତରେ ସମ୍ପର୍କ ଖୁବ୍ ଅଧିକ ସ୍ଥିର ରହିଛି ଓ ସମ୍ପର୍କ ଏଭଳି ବଜାୟ ରହୁ।

Leave A Reply

Your email address will not be published.