ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ବଡ଼ ନିଷ୍ପତି: ଭାରତ ସମେତ ୫ ଦେଶର ରାଷ୍ଟ୍ରଦୂତଙ୍କୁ କଲେ ବିଦା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଥମୁନି ଋଷ-ୟୁକ୍ରେନ୍ ଯୁଦ୍ଧ । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ବି ଚାଲିଛି। ଏହା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବଡ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଦେଶରେ ଥିବା ନିଜର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ଜର୍ମାନୀରେ ଥିବା ୟୁକ୍ରେନ୍ ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରିବା ପରେ ଭାରତ, ଚେକ୍ ରିପବ୍ଲିକ, ନରୱେ ଓ ହେଙ୍ଗେରୀର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରିଛନ୍ତି ଜେଲେନସ୍କି। ରାଷ୍ଟ୍ରପତିଙ୍କ ୱେବ୍ସାଇଟ୍ରେ ଏନେଇ ସୂଚନା ଦିଆଯାଇଛି।

ରାଷ୍ଟ୍ରପତିଙ୍କ ଏପରି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଛି। ତେବେ ରାଷ୍ଟ୍ରଦୂତମାନଙ୍କୁ କାହିଁକି ବରଖାସ୍ତ କରାଗଲା? ବରଖାସ୍ତ ପରେ ତାଙ୍କୁ ଅନ୍ୟ କେଉଁ ନିଯୁକ୍ତି ମିଳିବ କି ସେ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ। ଏପଟେ ଫେବୃଆରୀ ୨୪ରୁ ରୁଷର ଆକ୍ରମଣ ସହୁଥିବା ୟୁକ୍ରେନ୍ ଅତିଷ୍ଠ ହୋଇଗଲାଣି। ଅନ୍ୟ ଦେଶରେ ଥିବା ରାଷ୍ଟ୍ରଦୂତମାନଙ୍କୁ ସେହି ଦେଶରୁ ସାମରିକ ସହଯୋଗ ପାଇଁ ଆବେଦନ କରିବାକୁ ଅନୁରୋଧ କରିଛନ୍ତି ଜେଲେନସ୍କି। ୟୁକ୍ରେନର ପୂର୍ବ ଏବଂ ଦକ୍ଷିଣ ଭାଗରେ ରୁଷ ଦ୍ୱାରା ହୋଇଥିବା ବୋମାବର୍ଷଣ କରିଥିବା ଖବର ଆସିଥିଲା। ରୁଷ ସେନା ରାତି ସମୟରେ ୨୦ରୁ ଅଧିକ ରକେଟ ମାଡ କରିଥିଲା । ଏବେ ବି ଋଷ ସେନା ୟୁକ୍ରେନର ବିଭିନ୍ନ ସହର ଉପରେ ଘନ ଘନ ଆକ୍ରମଣ କରିଚାଲିଛନ୍ତି ।

Leave A Reply

Your email address will not be published.