ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିହାର ବିଷୟରେ ବହୁତ ସକ୍ରିୟ ଅଛନ୍ତି। ଛଅ ମାସ ମଧ୍ୟରେ ଅମିତ ଶାହାଙ୍କ ଚତୁର୍ଥ ଗସ୍ତ ବିହାରରେ ହେବାକୁ ଯାଉଛି। ସାସରାମରେ ସମ୍ରାଟ ଅଶୋକାଙ୍କ ଜନ୍ମ ବାର୍ଷିକୀ ଉତ୍ସବରେ ଯୋଗଦେବେ । ଏପ୍ରିଲ ୨ ରେ ନୱାଡା ଠାରେ ଏକ ରାଲିରେ ସମ୍ବୋଧିତ କରିବେ। ତାଙ୍କ ଆଗମନ ପାଇଁ ବିହାର ବିଜେପିର ପ୍ରସ୍ତୁତି ଶେଷ ହୋଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ବିହାରର ରାଜଧାନୀ ପାଟନାରେ ପହଞ୍ଚିବେ। ସେ ରବିବାର ଦୁଇଟି ଜିଲ୍ଲାରେ ଆୟୋଜିତ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ। ସାସାରାମ ଏବଂ ନୱାଡା ଜିଲ୍ଲାର ହିସୁଆରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ।