କେନ୍ଦ୍ର ଆଇନ ମନ୍ତ୍ରୀଙ୍କ କାର୍‌କୁ ପିଟି ଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ କିରଣ ରିଜିଜୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜମ୍ମୁ ଓ କାଶ୍ମୀରର ଉଧାମପୁର ନିକଟରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ କାର୍‌କୁ ପିଟି ଦେଲା ଟ୍ରକ୍ । ଆଜି କାର ଦୁର୍ଘଟଣାର ଶୀକାର ହୋଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ । ତେବେ ଏହି ଦୁର୍ଘଟଣାରେ ଶ୍ରୀ ରିଜିଜୁଙ୍କର ବିଶେଷ କ୍ଷତି କିଛି ହୋଇନାହିଁ। ସେହିଭଳି ଏଥିରେ ଅନ୍ୟ କେହି ମଧ୍ୟ ଆହତ ହୋଇନାହାନ୍ତି। ଟ୍ରକ୍‌ଟି କିରଣ ରିଜିଜୁଙ୍କ କାରକୁ ଧକ୍କା ଦେବା ପରେ ଅନ୍ୟ ଗାଡ଼ିରେ ଥିବା ସୁରକ୍ଷାକର୍ମୀମାନେ ତୁରନ୍ତ ଧାଇଁ ଯାଇ କାରର ଡୋର୍ ଖୋଲି ଦେଇଥିଲେ।

ଦୁର୍ଘଟଣାଗ୍ରସ୍ତ କାରରୁ ମନ୍ତ୍ରୀଙ୍କ ସମେତ ଅନ୍ୟମାନେ ସୁରକ୍ଷିତ ଭାବେ ବାହାରକୁ ଆସିଥିଲେ। କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଉଧାମପୁର ଯାଉଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ। ସେ ଜମ୍ମୁରୁ ଉଧାମପୁର ଯାଇଥିଲେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ଉଧାମପୁର ଯାଇଥିଲେ।

Leave A Reply

Your email address will not be published.