୧୦ ଲକ୍ଷ ନିଯୁକ୍ତି ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଖୁବ ଶୀଘ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସମସ୍ତ ବିଭାଗରେ ପଦବୀ ଗୁଡ଼ିକ ପୂରଣ କରାଯିବ ଉଚ୍ଚ ଶିକ୍ଷାନୁଷ୍ଠାନ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ଅନ୍ୟ ବିଭାଗରେ ଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ଏବଂ ଅଣ ଶିକ୍ଷକ ପଦବୀ ଗୁଡ଼ିକ ଖୁବ ଶୀଘ୍ର ପୂରଣ କରାଯିବ। 

ଆଗାମୀ ଦେଢ଼ ବର୍ଷ ମଧ୍ୟରେ ମିଶନ ମୋଡ଼ରେ ସମସ୍ତ ସରକାରୀ ବିଭାଗ ଏବଂ ମନ୍ତ୍ରଣାଳୟ ଗୁଡ଼ିକରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି ଆଧାରରେ ଶିକ୍ଷା ମନ୍ତ୍ରମାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସମସ୍ତ ବିଭାଗରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁ ଖାଲି ଥିବା ପଦବୀ ଗୁଡ଼ିକୁ ପୂରଣ କରାଯିବ। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଏହି ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଟ୍ୱିଟ୍ କରିଛନ୍ତି ଯେ ଉତ୍ତରଦାୟିତ୍ୱ, ଜନ କେନ୍ଦ୍ରୀକ ସୁଶାସନ ଏବଂ ସମୟସୀମା ପୂର୍ବରୁ ଲକ୍ଷ୍ୟ ପୂରଣ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପରିଚୟ । ଉଚ୍ଚ ଶିକ୍ଷା ଅନୁଷ୍ଠାନ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଅନ୍ୟ ବିଭାଗରେ ଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ଏବଂ ଅଣ ଶିକ୍ଷକ ପଦବୀ ଗୁଡ଼ିକ ଖୁବ ଶୀଘ୍ର ପୂରଣ କରାଯିବ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ସରକାରଙ୍କ ସମସ୍ତ ବିଭାଗ ଓ ମନ୍ତ୍ରଣାଳୟର ମାନବ ସମ୍ବଳ ସମ୍ପର୍କୀତ ତଥ୍ୟର ସମୀକ୍ଷା କରିବା ପରେ ଆଗାମୀ ଦେଢ଼ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ମିଶନ ମୋଡ଼ରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୁଗାନ୍ତକାରୀ ଜନକଲ୍ୟାଣକାରୀ ପଦକ୍ଷେପ ନିଯୁକ୍ତି ଦୃଶ୍ୟପଟ୍ଟକୁ ଅଧିକ ମଜବୁତ୍ କରିବା କରିବା ସହ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ସକରାତ୍ମକ ଭାବନା ଜାଗ୍ରତ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

Leave A Reply

Your email address will not be published.