ଓଡ଼ିଆ ନ୍ୟୁଜ୍: ଆଜି ବନ୍ଦ ରହିବ ଏକ ନମ୍ବର ହାଟ।ହାଟ ଭିତର ଓ ବାହାର ବନ୍ଦ ରହିବ।ଦୁର୍ଘଟଣା ଜନିତ କ୍ଷୟକ୍ଷତି ଆକଳନ ପାଇଁ ବନ୍ଦ ରହିବ।ବନ୍ଦ ନେଇ ବିଏମ୍ସି ପକ୍ଷରୁ ସୂଚନା। ଯଦି ଆବଶ୍ୟକ ପଡେ, ତେବେ ବନ୍ଦ ଅବଧିକୁ ବୃଦ୍ଧି କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁବନେଶ୍ବର ୧ ନମ୍ବର ହାଟରେ ସ୍ଥିତି ଅନୁଧ୍ୟାନ କରାଯାଇଛି । କିଛି ଦୋକାନୀ ନିୟମ ମାନୁନାହାନ୍ତି । ପ୍ଲାଷ୍ଟିକ୍ ଓ ଦହନଶୀଳ ସାମଗ୍ରୀ ଯୋଗୁ ନିଆଁ ଜୋରରେ ଲାଗିଥିଲା। ଦୋକାନୀମାନେ ଏସଓପି ପାଳନ କରୁନାହାନ୍ତି ।
ଏକାମ୍ର ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ଯେ, ୧୦ ଦିନ ଭିତରେ ଏସଓପି ଆସିବ । ହାଟ କମିଟି ସହିତ ଆଲୋଚନା କରାଯିବ । ହାଟର ସୁରକ୍ଷା, ସ୍ଥାୟିତ୍ୱକୁ ନେଇ ସରକାରଙ୍କୁ ଖୁବଶୀଘ୍ର ରିପୋର୍ଟ ପ୍ରଦାନ କରାଯିବ । ଏହାସହିତ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ସହାୟତା ପ୍ରଦାନ କରାଯିବ ।