ଭୁବନେଶ୍ବର ୟୁନିଟ-୧ ରେ ଆଉ ରହିବନି ପରିବା ହାଟ, କେଉଁ ଜାଗାକୁ ଘୁଞ୍ଚିଲା ଜାଣନ୍ତୁ

0

ଭୁବନେଶ୍ବର(ଓଡିଶା ନ୍ୟୁଜ୍): ରାଜଧାନୀର ସେଣ୍ଟରରେ ଥିବା  ଜନଗହଳି ପୂର୍ଣ୍ଣ ୟୁନିଟ-୧ର ପରିବା ମାର୍କେଟରେ ଆଉ ଲାଗିବନି ଲୋକଙ୍କ ଗହଳି। କାରଣ ଏହିଠାରେ ଥିବା ପରିବା ମାର୍କେଟ ସ୍ଥାନାନ୍ତର ହେବାକୁ ଯାଉଛି। ସହର ଭିତରେ ଗହଳି କମାଇବା ସହ ଟ୍ରାଫିକ୍‌ ସମସ୍ୟା ଦୂର କରିବାକୁ ଏଭଳି ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ । ୪ ଏକର ଜାଗାରେ ରହିଛି ଏହି  ହୋଲସେଲ୍‌ ପରିବା ମାର୍କେଟ । ପ୍ରତିଦିନ ଏଠାକୁ ୨୦୦ ଟ୍ରକ୍‌ ଯିବା ଆସିବା କରୁଛି। ତେବେ  ୨୦୦୭ରୁ ଏହି ପରିବା ମାର୍କେଟକୁ  ସ୍ଥାନାନ୍ତର ପାଇଁ ଦାବି ହୋଇ ଆସୁଥିଲା। କିନ୍ତୁ ଜାଗା ଚିହ୍ନଟ ପାଇଁ ଏହା ବିଳମ୍ବ ହୋଇଥିଲା।

ଏବେ ଏହି ୧ ନମ୍ବର ହାଟକୁ ତମାଣ୍ଡୋ ତହସିଲ୍‌ ଅନ୍ତର୍ଗତ ଭଗବାନପୁରକୁ ସ୍ଥାନାନ୍ତର  କାରାଯିବ ବୋଲି ବିଏମସି ତରଫରୁ ସୂଚନା ମିଳିଛି । ସେଠାରେ ପରିବା ହୋଲସେଲ୍‌ ମାର୍କେଟ ଲାଗି ଶୀତଳଭଣ୍ଡାରଠାରୁ ଆରମ୍ଭ କରି ସବୁ ପ୍ରକାର ସୁବିଧା ସୁଯୋଗ ଓ ଭିତ୍ତିଭୂମି ରହିବ । ଏଥିପାଇଁ ଭଗବାନପୁରରେ ଚିହ୍ନଟ ହୋଇଛି ୧୦ ଏକର ଜମି ।

Leave A Reply

Your email address will not be published.