୧୪ ନୁହେଁ ୨୮ ତାରିଖରୁ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

0

ଓଡିଶା ନ୍ୟୁଜ୍(ବ୍ୟୁରୋ):  ୧୪ ନୁହେଁ ୨୮ ତାରିଖରୁ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା। ପୂର୍ବରୁ ୧୪ ତାରିଖରୁ ସ୍କୁଲକୁ ପିଲାମାନେ ଆସିବେ ବୋଲି ମୁଖ୍ୟ ଶାସନ ସଚିବ ଘୋଷଣା କରିଥିଲେ। କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରିଛନ୍ତି ଗଣଶିକ୍ଷା ସଚିବ। ଏଥିପାଇଁ ଗଣଶିକ୍ଷା ସଚିବ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ନିର୍ଦ୍ଦେଶାନାମା ମୁତାବକ ୨୮ ତାରିଖରୁ ସ୍କୁଲ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ।

ପୂର୍ବ ଘୋଷଣା ଅନୁସାରେ, ୧୪ ତାରିଖରୁ ସ୍କୁଲ ଖୋଲିବ କିନ୍ତୁ  ପିଲାମାନେ ୨୮ ତାରିରୁ ପଢ଼ିବାକୁ ଆସିବେ । ୧୪ରୁ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ଆସିବେ । ପୂର୍ବଭଳି ପିଲାଙ୍କ ଅନଲାଇନ୍‌ କ୍ଲାସ ଜାରି ରହିବ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ପିଲାଙ୍କ ପାଠ ପଢା ଜାରି ରଖିବେ। । ଏହି ୧୪ ଦିନରେ ସ୍କୁଲ ପରିବେଶକୁ ସ୍ବଚ୍ଛ ରଖାଯିବା ସହ ସ୍କୁଲକୁ  ବିଶୋଧନ କରାଯିବ ।

Leave A Reply

Your email address will not be published.