ବର୍ଷାଙ୍କୁ ବଦନାମ କରୁଛନ୍ତି କି ଜାଗୃତି, ପୁରୀଘାଟ ଥାନାରେ ଏତଲା ଦେଲେ ବର୍ଷା

0

କଟକ(ଓଡିଶା ନ୍ୟୁଜ୍) ଜାତୀୟ ସ୍ତରର ସାମ୍ବାଦିକ ଜାଗୃତି ଶୁକ୍ଳାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି। ଜାଗୃତିଙ୍କ ଏକ ପୋଷ୍ଟ ତାଙ୍କୁ ଇଙ୍ଗିତ କରି ଲେଖା ଯାଇଥିବା ବର୍ଷା ଅଭିଯୋଗ କରିଛନ୍ତି। ତେଣୁ ଏହାକୁ ନେଇ ସେ ପୁରୀଘାଟ ଥାନାରେ ଏତେଲା ଦେଇଥିବା ସୂଚନା ମିଳିଛି।

ଏତଲାରେ ବର୍ଷା ଲେଖିଛନ୍ତି ଜାଗୃତି ଶୁକ୍ଳା ଦୁଇ ଦିନ ତଳେ ବର୍ଷାଙ୍କ ନାଁ ନନେଇ ଜଣେ ସାଂସଦଙ୍କ ପତ୍ନୀ ଦୁଇଟି ଭିନ୍ନ ଭିନ୍ନ ନାଁରେ ବିବାହ ପ୍ରମାଣପତ୍ର, ଦଶମ ଶ୍ରେଣୀ ସାର୍ଟିଫିକେଟ, ପାସପୋର୍ଟ, ପାନ୍ କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ରରେ ବ୍ୟବହାର କରିଥିବା ସଂକ୍ରାନ୍ତ ଏକ ପୋଷ୍ଟ ଫେସବୁକରେ କରିଥିଲେ ଏବଂ ପ୍ରଶ୍ନ କରିଥିଲେ ଏସବୁ ଠକେଇ କି ନୁହେଁ ? ଏଭଳି ପୋଷ୍ଟ ବର୍ଷାଙ୍କ ଇଙ୍ଗିତରେ ଲେଖା ଯାଇଥିବା ହୃଦୟଙ୍ଗମ କରି ବର୍ଷା ଥାନାରେ ଏତଲା କରିଛନ୍ତି ।

ଅନ୍ୟ ପଟେ ଏ ସଂକ୍ରାନ୍ତରେ ପୁରୀଘାଟ ଥାନା ଅଧିକାରୀ କହିଛନ୍ତି, ବର୍ଷାଙ୍କ ଏତଲା ଗ୍ରହଣ କରାଯାଇଛି କିନ୍ତୁ ରେଜିଷ୍ଟ୍ରେସନ ହୋଇ ନାହିଁ। ଘଟଣାର ସବୁ ଦିଗକୁ ତଦନ୍ତ କରାଗଲା ପରେ ଆଗାମୀ ପନ୍ଥା ଗ୍ରହଣ କରାଯିବ ।

Leave A Reply

Your email address will not be published.