ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କଲେ ଆମେରିକାର ବାଣିଜ୍ୟ ସଚିବ ଜିନା ରାୟମୋଣ୍ଡୋ । ମୋଦିଙ୍କୁ ସେ ଅବିଶ୍ବସନୀୟ ଓ ଦୂରଦ୍ରଷ୍ଟା ବୋଲି ବର୍ଣ୍ଣନା କରିଛନ୍ତି। ବିଶ୍ବର ସବୁଠୁ ଲୋକପ୍ରିୟ ନେତା ମୋଦି ଭାରତକୁ ବିଶ୍ବ ଶକ୍ତିରେ ପରିଣତ କରିବା ଦିଗରେ ଆଗ୍ରହ ରଖି କାର୍ଯ୍ୟ କରୁଛନ୍ତି । ଗତମାସରେ ରାୟମୋଣ୍ଡୋ ଭାରତ ଗସ୍ତରେ ଆସିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ସାକ୍ଷାତକାର ହୋଇଥିଲା । ଶନିବାର ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାୟମୋଣ୍ଡୋ ଏହା କହିଛନ୍ତି । ଜିନା ଆହୁରି ବି କହିଛନ୍ତି ମୋଦି ଯେ କୌଣସ କାରଣ ପାଇଁ ହେଉନା କାହିଁକି ବିଶ୍ୱର ଲୋକପ୍ରିୟ ନେତା। ପିଏମ ମୋଦି ଜଣେ ଭିଜନରି ନେତା। ଆମେରିକାରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ ଦେବା ସମୟରେ ଜିନା ରାଇମୋଣ୍ଡୋ କହିଛନ୍ତି, ନିକଟରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ଘଣ୍ଟାରୁ ଅଧିକ ସମୟ ବିତାଇଛି। ଭାରତବାସୀଙ୍କ ପାଇଁ ତାଙ୍କ ସମର୍ପଣ ଅଦ୍ଭୁତପୂର୍ବ । ସେ ଲୋକଙ୍କୁ ଗରିବ ମୁକ୍ତ କରିବାକୁ ଚାହାଁନ୍ତି ଓ ଦେଶକୁ ଆଗକୁ ବଢାଇ ଅନ୍ତର୍ଜାତୀୟ ସ୍ତରରେ ସଶକ୍ତ କରିବାକୁ ଚାହାଁନ୍ତି।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ମୋଦିଙ୍କୁ ପ୍ରଶଂସା କରିଥିଲା ତାଲିବାନ୍ । ଭୋକରେ ଡହଳ ବିକଳ ହେଉଥିବା ଆଫଗାନିସ୍ଥନର ଜନତାଙ୍କ ପାଇଁ ବଡ ସହାୟତାର ହାତ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହାକୁ ନେଇ ତାଲିବାନ ଭାରତର ପ୍ରଶଂସା କରିଛି । ଆଫଗାନିସ୍ଥାନକୁ ୨୦ହଜାର ମେଟ୍ରିକ୍ ଟନର ଗହମ ଯୋଗାଇ ଦେବା ପାଇଁ ମୋଦି ସରକାର ଘୋଷଣା କରିଛନ୍ତି । ତାହା ବି ସମ୍ପୁର୍ଣ୍ଣ ଶୁଳ୍କ ବିହିନ । ଆଫଗାନିସ୍ଥାନରେ ମୁଠାଏ ଖାଇବା ପାଇଁ ଲୋକେ ଯେଉଁଭଳି ଭାବେ ଡହଳବିକଳ ହେଉଛନ୍ତି ତାକୁ ଦୃଷ୍ଟିରେ ରଖି ଆଫଗାନିସ୍ଥାନକୁ ଭାରତ ସହାୟତା କରିଥିବା ଏକ ସରକାରୀ ବୟାନରୁ ଜଣାପଡିଛି । ଆଉ ଭାରତର ଏହି ସହାୟତାକୁ ନେଇ ପ୍ରଶଂସା କରିଛି ତାଲିବାନ୍ । ତାଲିବାନ ପ୍ରବକ୍ତାଙ୍କ ଏନେଇ କହିଛନ୍ତି, ଭାରତର ଏହି ସହାୟତା ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ମଜଭୁତ କରିବ । କେବଳ ଏତିକି ନୁହେଁ ତାଲିବାନର ପ୍ରବକ୍ତା ଆହୁରି ପ୍ରଶଂସା କରି କହିଛନ୍ତି, ଭାରତ ହେଉଛି ବିଶ୍ୱର ପ୍ରକୃତ ଲିଡର୍ ।
ସେହିପରି, ବିଶ୍ୱ ବ୍ୟାଙ୍କର ଏକ କାର୍ଯ୍ୟକ୍ରମ ହାଓ ବିହେଭିରିୟାଲ ଚେଞ୍ଚ କ୍ୟାନ ଟ୍ୟାକେଲ କ୍ଲାଇମେଟ ଚେଞ୍ଜ ସମୟରେ ଲଣ୍ଡନ ସ୍କୁଲ ଅଫ ଇକନୋମିକ୍ସର ପ୍ରଫେସର ନିକୋଲସ ଷ୍ଟର୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ଷ୍ଟର୍ନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱ ସାମ୍ନାରେ ଏମିତି ଏକ ବିକାଶର ମଡେଲ ଉପସ୍ଥାପନ କରିଛନ୍ତି ଯାହାର ଆବଶ୍ୟକତା ଆଜି ସମସ୍ତଙ୍କ ପାଇଁ ରହିଛି। ବିକାଶ ଓ ବୃଦ୍ଧିର ଏକ କାହାଣୀ ଲେଖୁଛି ଭାରତ। ଷ୍ଟର୍ନ ମୋଦିଙ୍କ ଲାଇଫ ମିଶନ ଯୋଜନାର ପ୍ରଶଂସା କରି କହିଛନ୍ତି, ଏହି ଯୋଜନା ସମାବେଶି ଓ ସତତ ବିକାଶର ମଡେଲ, ଯାହାକୁ ବିଶ୍ୱର ଆବଶ୍ୟକତା ରହିଛି।