କୁନି କୁସ୍ତି ଖେଳାଳିଙ୍କୁ ଅଣଦେଖା

0

ଓଡ଼ିଆ ନ୍ୟୁଜ୍: ରାଜ୍ୟ କୁସ୍ତି ଖେଳାଳିଙ୍କ ଅଣଦେଖାର ଭିଡିଓ ଭାଇରାଲ୍‌। ଟ୍ରେନ୍‌ ବଗି ଫାଇଖାନା ପାଖରେ ବସି ଶୀତରେ ଥରି ଥରି ୟୁପିରୁ ଆସିଲେ।ଜାତୀୟସ୍ତରୀୟ ସ୍କୁଲ୍‌ କୁସ୍ତିରେ ଭାଗ ନେବାକୁ ଏପରି କଲେ କର୍ତ୍ତୃପକ୍ଷ।ମାସକ ପୂର୍ବରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ, ମାତ୍ର ହୋଇ ନ ଥିଲା ଟ୍ରେନ୍‌ ଟିକେଟ୍‌।ଶିକ୍ଷକ ଭାନୁ ରଣାଙ୍କ ନାଁ ନେଇ ଅଭିଯୋଗ କଲେ ଅନ୍ୟ ଶିକ୍ଷକ। ସ୍କୁଲ ଓ ଗଣ ଶିକ୍ଷା ବିଭାଗ କିପରି ଏହା ଜାଣି ପାରିଲାନି ଉଠିଲା ପ୍ରଶ୍ନ। ଛୋଟ ଛୋଟ ସ୍କୁଲ ପିଲାଙ୍କ ପ୍ରତି ଏପରି ଦାୟିତ୍ବହୀନତା କେତେ ଗ୍ରହଣୀୟ। ୧୦ ପୁଅ ଓ ୮ ଝିଅ ଗଶଶିକ୍ଷା ବିଭାଗ ବ୍ୟାନରରେ ଯାଇଥିଲେ।ଯିବା ଆସିବାର ଦୟନୀୟ କାହାଣୀ କହିଲେ ଜଣେ ଅଭିଭାବକ ଓ ପିଲା।ଟ୍ରେନ୍‌ ଟିକେଟ୍‌ କନଫର୍ମ ନ ଥାଇ କିପରି ଭାବେ ନିଆଗଲା ଉଠାଇଲେ ପ୍ରଶ୍ନ।

ଏହି ହାଡ଼ଭଙ୍ଗା ଶୀତରେ ଖେଳାଳିମାନେ ଟ୍ରେନର ଜେନେରାଲ ବଗିରେ ଟଏଲଟ୍ ପାଖରେ ବସି ପ୍ରାୟ ୧୨୦୦ କିଲୋମିଟର ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ। ଏପରିକି ଯିବା ଓ ଆସିବା ସମୟରେ ମଧ୍ୟ ସେମାନଙ୍କୁ ସମାନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା।ଖେଳାଳିଙ୍କ ସହ ଯାଇଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି ଯେ, କଟକର ଜଣେ ମ୍ୟାନେଜରଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ ଅଭିଭାବକମାନେ ପ୍ରଶ୍ନ କରିଛନ୍ତି, “ଯଦି ଦେଶ ପାଇଁ ଖେଳୁଥିବା ଖେଳାଳିଙ୍କୁ ସର୍ବନିମ୍ନ ସୁବିଧା ମିଳିବ ନାହିଁ, ତେବେ ସେମାନେ କିଭଳି ପଦକ ଜିତିବେ?”

Leave A Reply

Your email address will not be published.