ଓଡ଼ିଆ ନ୍ୟୁଜ୍: ବିଜେପି ବିଧାୟିକା ଉପାସନା ମହାପାତ୍ର ୩ ମାଙ୍କଡ଼ ଉପାଖ୍ୟାନ। ନାଁ ନ ନେଇ ସଞ୍ଜୟ ଦାସବର୍ମା ଏବଂ ବିଜେଡିକୁ ଟାର୍ଗେଟ୍ କଲେ। କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ବିଜେପିରେ ମିଶିବା ପରେ ତେରେଛା ବାଣ। ଆମେ ସାଇକ୍ଲୋନ ଭଳିଆ ଆଗେଇ ଯାଉଛୁ, ଆଉ ଅଟକିବୁ ନାହିଁ।ବିଜେଡିରେ ସସପେଣ୍ଡ୍, ବହିଷ୍କାର କରି କରି ମୁଖିଆକୁ ମିଶାଇ ମାତ୍ର ୩ ରହିବେ।
ଜଣେ ତାମିଲନାଡୁରୁ ଆସିଛନ୍ତି, ଆଉ ଜଣେ ଉପକୁଳିଆ, ଆଉ ନିଜେ ମୁଖିଆ।ଗାନ୍ଧିଜୀଙ୍କ ୩ଟି ମାଙ୍କଡ଼ ଉପାଖ୍ୟାନ କଥା ଉଠାଇ ନିଶାନା କଲେ।ସେମାନେ ଖରାପ ଦେଖୁ ନଥିଲେ, କହୁ ନଥିଲେ, ଖରାପ ଶୁଣୁ ନଥିଲେ।ବିଜେଡି ରାଜ୍ୟର ଭଲ ଦେଖିବନି, ଭଲ ଶୁଣିବନି, ଭଲ କହିବନି ଧାରାରେ ଚାଲିଛି। ବିଜେପିର ଯେମିତି ମିଶ୍ରଣ ଚାଲୁଛି, ବିଜେଡିର ସେମିତି ନିଲମ୍ବନ ପ୍ରକ୍ରିୟା ଚାଲିଥିବ।