ଓଡ଼ିଆ ନ୍ୟୁଜ (ବ୍ୟୁରୋ ): ବିଗ୍ବସ୍ ଫେମ୍ ତଥା ମଡେଲ୍ ଉର୍ଫି ଜାଭେଦ ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି । ଅନେକ ଟ୍ରୋଲର ଶିକାର ବି ହୋଇଥାନ୍ତି। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି।
ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ସମସ୍ତଙ୍କୁ ଟ୍ବିଟ କରି କ୍ଷମା ମାଗିଛନ୍ତି। ଟୁଇଟରେ ସେ ଲେଖିଛନ୍ତି ମୁଁ ଯେଉଁଭଳି ପୋଷାକ ପିନ୍ଧୁଥିଲି, ସେଭଳି ପୋଷାକ ଆଉ ପିନ୍ଧିବିନି। ଏହା ସହିତ ଉର୍ଫି ଟ୍ବିଟରେ ଆହୁରି ଲେଖିଛନ୍ତି ଯେ , ମୁଁ ଯାହା ପିନ୍ଧେ, ସେଥିପାଇଁ ସମସ୍ତଙ୍କ ଭାବନାକୁ ଆଘାତ ଲାଗିଥିବାରୁ ମୁଁ କ୍ଷମା ମାଗୁଛି। ବର୍ତ୍ତମାନଠାରୁ ଆପଣମାନେ ଏକ ପରିବର୍ତ୍ତିତ ଉର୍ଫି ଦେଖିବେ, ପରିବର୍ତ୍ତିତ ପୋଷାକ ସହିତ।
କ୍ଷମା।’ ହଠାତ୍ ଉର୍ଫିଙ୍କ ଏଭଳି ଟ୍ବିଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ନିଜ ପୋଷାକ ପାଇଁ ଅନେକଙ୍କ ସହ ଲଢ଼ୁଥିବା ଉର୍ଫି ଏଭଳି ନିଷ୍ପତ୍ତି କାହିଁକି ନେଲେ ସେ ପ୍ରଶ୍ନ ସମସ୍ତଙ୍କ ମନରେ ଆସିବା ଆରମ୍ଭ ହୋଇଥିଲା। ହେଲେ ଏଭଳି ଟ୍ବିଟ କରିବା ପରେ ପରେ ଏପ୍ରିଲ ଫୁଲ୍ କରିବା ପାଇଁ ଉର୍ଫି ଏଭଳି କରିଥିବା କହିଛନ୍ତି। ସେ ଯାହା ବି ହେଉ ଉର୍ଫିଙ୍କ ଏହିଭଳି ନିଆରା ଅନ୍ଦାଜରେ ଫୁଲ ବନେଇବା ସମସ୍ତଙ୍କୁ ଚକିତ କରିଛି ।