ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ପଦ୍ମ ଧରିଲେ ଉତ୍ତରାଖଣ୍ଡ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ଅଜୟ କୋଠିଆଲ । ସେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଆପ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲା । ସୂଚନା ଯୋଗ୍ୟ, କିଛି ଦିନ ତଳେ ସେ ଆପରୁ ଇସ୍ତଫା ଦେଇଥିଲେ । ସେ ଇସ୍ତଫା ପତ୍ରରେ ଲେଖିଥିଲେ, ପୂର୍ବତନ ସୈନିକ, ପୂର୍ବତନ ଅଦ୍ଧ ସାମରିକ ବଳ, ବରିଷ୍ଠ ନାଗରିକ, ମହିଳା, ଯୁବ ବର୍ଗ ଏବଂ ବୁଦ୍ଧିଜୀବୀଙ୍କ ଭାବନାକୁ ଧ୍ୟାନରେ ରଖି ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି। ଗତ ତିନି ମାସ ପୂର୍ବେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଙ୍ଗୋତ୍ରୀ ଆସନରୁ ନିର୍ବାଚନ ଲଢିଥିଲେ କୋଠିଆଲ। ନିର୍ବାଚନ ହାରିବା ସହ ତୃତୀୟ ସ୍ଥାନରେ ରହିଥିଲେ । ଏଠାରୁ ବିଜେପି ପ୍ରାର୍ଥୀ ସୁରେଶ ଚୌହ୍ଵାନ ନିର୍ବାଚନ ଜିତିଥିଲେ।