ପୁଣି ବିଶ୍ୱବିଦ୍ୟାଳୟ ଆଶା ଦେଲେ ବେଦାନ୍ତ ମୁଖ୍ୟ

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଆଶା ପୁଣି ଦୋହରାଇଲେ ବେଦାନ୍ତ ମୁଖ୍ୟ।ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କଥା କହିଲେ। ‘ସବୁ ରାଜ୍ୟ ମୋ ପଛରେ ପଡିଛନ୍ତି, କିନ୍ତୁ ମୋ ହୃଦୟରେ ଓଡିଶା ଅଛି’।‘ଆମ ଦେଶର ୭ ଲକ୍ଷ ଛାତ୍ରୀଛାତ୍ରୀ ବିଦେଶରେ ପଢୁଛନ୍ତି’।‘ଜମି ଆମର ଅଛି, ଓଡିଶା ଲୋକଙ୍କ ସମର୍ଥନ ଦରକାର’। ‘ପୁରୀରେ ହେବ କି କେଉଁଠି ହେବ ଆମେ ଓଡିଶା ଲୋକଙ୍କ ଜନମତ ନେବୁ’। ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ। ୩୦ ଲକ୍ଷ ଟନ୍‌ର ଆଲୁମିନିୟମ ପ୍ଲାଣ୍ଟ କରିବ ବେଦାନ୍ତ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷଙ୍କ ସୂଚନା। ଜମି ମିଳିଲେ ୩ରୁ ୪ ମାସ ଭିତରେ କାମ ଆରମ୍ଭ ହେବ। ଏକ ମାସରେ ଜମି ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।୩ରୁ ସାଢ଼େ ୩ ବର୍ଷ ଲାଗିବ, ୩୦ରୁ ୪୦ ହଜାର ଲୋକେ କାମ ପାଇବେ।

Leave A Reply

Your email address will not be published.