କେନ୍ଦୁଝରରେ ବଡ଼ ପ୍ଲାଣ୍ଟ କରିବ ବେଦାନ୍ତ

0

ଓଡ଼ିଆ ନ୍ୟୁଜ୍: କେନ୍ଦୁଝରରେ ୨୦୦୦ କୋଟିର ଫେରୋ-ଆଲଏଜ୍ ପ୍ଲାଣ୍ଟ କରିବ ବେଦାନ୍ତ।ବେଦାନ୍ତ ମୁଖ୍ୟଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା।ବେଦାନ୍ତ ମୋଟ୍ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ।ଏହାଦ୍ବାରା ୧ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାରେ ୨ଟି ଆଲୁମିନିୟମ୍ ପାର୍କ ପ୍ରତିଷ୍ଠା କରିବ ବେଦାନ୍ତ।ଏହି ନିବେଶକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।ଏଥିପାଇଁ ଆବଶ୍ୟକ ଜମି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଗେମ୍‌-ଚେଞ୍ଜର ହେବ ଏସବୁ ପ୍ରକଳ୍ପ- ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଲେ ୧ ମାସରେ ଜମି ଦେବେ ଏବଂ ସମସ୍ତ କ୍ଲିୟରନ୍ସ ମଧ୍ୟ ହୋଇଯିବ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, କଳାହାଣ୍ଡି ନିୟମଗିରି ଜନଶୁଣାଣି ଖୁବ୍‌ଶୀଘ୍ର କରିବେ । କଳାହାଣ୍ଡିରେ ଲୋକଙ୍କୁ ଖଣିରେ କାମ ମିଳୁ । ସେ କାମକୁ ମୁଖ୍ୟମନ୍ତ୍ରୀ ଆଗକୁ ବଢେଇବେ ବୋଲି କହିଛନ୍ତି । କଳାହାଣ୍ଡିରେ କୌଣସି ବିରୋଧ ନାହିଁ । କେବଳ ରାଜନୈତିକ ବିରୋଧ । ଓଡ଼ିଶାରେ ଏମିତି ହୁଏନି । ଓଡ଼ିଶାରେ ଆମର ଲୋକଙ୍କୁ କାମ ଦରକାର । ରୋଜଗାର ଦରକାର । କଳାହାଣ୍ଡି ଯାଇକି ଦେଖନ୍ତୁ କେମିତି ପ୍ରଗତି ହୋଇଛି ।ଅନୀଲ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷତ ବେଳେ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବଙ୍କ ସହ ବେଦାନ୍ତର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.