ମାଷ୍ଟର କ୍ୟାଣ୍ଟିନ ଷ୍ଟେସନ ଛକରେ ଦୋକାନୀ ଙ୍କୁ ସଙ୍ଘ ବଦ୍ଧ ଆକ୍ରମଣ, ମାଡ଼ ଭୟରେ କେହି ପାଖ ମାଡିଲେନି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଷ୍ଟେସନ ଛକରେ ଦୋକାନୀ ଙ୍କୁ ସଙ୍ଘ ବଦ୍ଧ ଆକ୍ରମଣ। ୨୦ ମିନିଟ ଧରି ରେଲୱେ ଷ୍ଟେସନ ପାଳଟି ଥିଲା ରଣ କ୍ଷେତ୍ର। ଭୟରେ କେହି ବି ଆଗକୁ ଆସୁନଥିଲେ।  ଯିଏ ବି ବିରୋଧ କରୁଥିଲା ବା ଦୋକାନୀଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲା।  ଦୁର୍ବୁତ୍ତ ମାନେ ସେମାନଙ୍କୁ ଅସଭ୍ୟ ଭାସରେ ଗାଳି ଗୁଲଜ କରୁଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚିବା ଦେଖି ଦୁର୍ବୁତ୍ତ ମାନେ କିଏ କୁଆଡେ ପଳେଇ ଯାଇଥିଲେ।

ଆହତ ଦୋକାନୀ ଜଣଙ୍କୁ ପୋଲିସ ମେଡିକାଲ ନେଇ ଚିକିତ୍ସା କରିଥିଲା।  ପରେ ଖାରବେଲନଗର ଥାନା ପୋଲିସ ଆହତ ଦୋକାନୀ ଙ୍କର ବୟାନ ରେକର୍ଡ କରିଛି। ଦୁର୍ବୁତ୍ତ ମାଙ୍କୁ ଧରିବା ପାଇଁ ବିଭନ୍ନ ଜାଗାରେ ଚଢ଼ାଓ କରୁଛି ପୋଲିସ। ବ୍ୟବସାୟକୁ ନେଇ ଷ୍ଟସନ ଛକରେ ଗତକାଲି ଦୁଇ ଦୋକାନୀଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ହୋଇଥିଲା ଆକ୍ରମଣ ।

Leave A Reply

Your email address will not be published.