ଦକ୍ଷିଣ ଆଣ୍ଡାମାନ ସାଗରରେ ହେବ କାଲି ଘୂର୍ଣ୍ଣିବଳୟ:ବାତ୍ୟାର କୌଣସି ପୂର୍ବାନୁମାନ କରିନି ଆଇଏମ୍‌ଡି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୪ଘଣ୍ଟାରେ ସୃଷ୍ଟି ହେବ ସାଇକ୍ଲୋନିକ୍‌ ସର୍କୁଲେସନ୍‌। ଦକ୍ଷିଣ ଆଣ୍ଡାମାନ ସାଗରରେ କାଲି ଘୂର୍ଣ୍ଣିବଳୟ ହେବ। ୫ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଚି ହେବ ଏକ ଲଘୁଚାପ କ୍ଷେତ୍ର । ଏହାପରେ ସମ୍ଭାବ୍ୟ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ଅଧିକ ଘନୀଭୂତ ହେବ ଲଘୁଚାପ । ୭ ତାରିଖ ସକାଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବ । ଏହାପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଆଗକୁ ଗତି କରିବା ସହ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ ଡିପ୍ରେସନ୍‌ ।

୮ ତାରିଖ ସକାଳେ ତାମିଲନାଡୁ-ପୁଡୁଚେରୀ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ ସମ୍ଭାବ୍ୟ ଅବପାତ । ତେବେ ବାତ୍ୟାର କୌଣସି ପୂର୍ବାନୁମାନ କରିନି ଆଇଏମ୍‌ଡି । ଲଘୁଚାପ ପ୍ରଭାବରେ ଆଣ୍ଡାମାନ ନିକୋବର ଦ୍ୱୀପରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହାସହ କେରଳ, କର୍ଣ୍ଣାଟକ, ତାମିଲନାଡୁ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଅନ୍ୟପଟେ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍‌ ପୂର୍ବାନୁମାନ କରିଛନ୍ତି, ଲଘୁଚାପ ଡିପ୍ରେସନ ବା ସାଇକ୍ଲୋନ୍‌ ରୂପ ନେଇପାରେ ।

Leave A Reply

Your email address will not be published.