ଓଡ଼ିଆ ନ୍ୟୁଜ୍: ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ନେତାଜୀ: ଉପରାଷ୍ଟ୍ରପତି। ନେତାଜୀ ଜୟନ୍ତୀରେ ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ଉପରାଷ୍ଟ୍ରପତି। ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଶାକୁ ଆସିବାର ସୁଯୋଗ ପାଇଥିବାରୁ ମୁଁ ଗର୍ବିତ।ଓଡ଼ିଶା ଏହାର କଳା, ସଂସ୍କୃତି ଓ ଇତିହାସ ପାଇଁ ପରିଚିତ। ନେତାଜୀଙ୍କ ସ୍ମୃତିରେ ଏକ ପୋଷ୍ଟାଲ ସଂଗ୍ରହାଳୟ ଉଦ୍ଘାଟନ କଲେ VP।ନେତାଜୀଙ୍କ ପରି ବୀରଙ୍କ ପାଇଁ ଭାରତ ଆଜି ସ୍ବାଧୀନତାର ନିଶ୍ବାସ ନେଉଛି।ନେତାଜୀ ଗାନ୍ଧୀଙ୍କ ବିଚାରଧାରାର ବିରୋଧୀ ଥିଲେ ମାତ୍ର ଉଭୟଙ୍କ ଲକ୍ଷ୍ୟ ଏକ ଥିଲା।ଦିଲ୍ଲୀ ଚଲୋ ଡାକରା ଭଳି ଆମେ ବିକଶିତ ଭାରତ ଆଡକୁ ଆଗେଇବା ଉଚିତ।ଦେଶର ବରପୁତ୍ରଙ୍କୁ ସମ୍ମାନିତ କରିବା ପ୍ରୟାସ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ।
ଏହି ଅବସରରେ ସେ ନେତାଜୀଙ୍କ ସ୍ମୃତିଚାରଣ କରିଥିଲେ । ଖାଲି ସ୍ମୃତିଚାରଣ କରିନଥିଲେ ତ କହିଥିଲେ ସେ ଅସାଧାରଣ ବ୍ୟକ୍ତିତ୍ବ ଥିଲେ । ନେତାଜୀ ଜୟନ୍ତୀରେ ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଥିଲେ ଉପରାଷ୍ଟ୍ରପତି ସି,ପି ରାଧାକ୍ରିଷ୍ଣନ । ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଶାକୁ ଆସିବାର ସୁଯୋଗ ପାଇଥିବାରୁ ମୁଁ ଗର୍ବିତ । ନେତାଜୀଙ୍କ ସ୍ମୃତିରେ ଏକ ପୋଷ୍ଟାଲ ସଂଗ୍ରହାଳୟ ଉଦ୍ଘାଟନ କଲେ VP ।