ଆଉ ପାଦେ ଆଗେଇଲେ ରାଜ୍ୟ ସରକାର, ଓଡିଶାରେ ଗଠନ ହେବ ବିଧାନ ପରିଷଦ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଓଡିଶାରେ ଗଠନ ହେବ ବିଧାନ ପରିଷଦ । ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । କେନ୍ଦ୍ର ମାଗିଲା ସମ୍ପୂର୍ଣ୍ଣ ତଥ୍ୟ, ପ୍ରସ୍ତୁତ ହେଲା ରାଜ୍ୟ। ୨୦୧୫ରେ ବିଧାନ ପରିଷଦ ଗଠନ ପାଇଁ ହୋଇଥିବା ପ୍ରକ୍ରିୟାର ଆରମ୍ଭ ହୋଇଛି ଶୁଭବେଳା । ୪୯ ଆସନ ବିଶିଷ୍ଟ ବିଧାନ ପରିଷଦ ଗଠନ କରିବା ପାଇଁ ୨୦୧୮ ସେପ୍ଟେମ୍ବର ୬ରେ ବିଧାନସଭାରେ ସର୍ବସହମତି ସଂକଳ୍ପ ପ୍ରସ୍ତାବ ପାରିତ ହୋଇଥିଲା । ସେହିମାସ ୧୮ରେ କେନ୍ଦ୍ର ଆଇନ ବିଭାଗ, ରାଜ୍ୟସଭା, ଲୋକସଭା ଓ ସଂସଦୀୟ ବ୍ୟାପର ବିଭାଗକୁ ସଂକଳ୍ପ ପଠାଇଥିଲା ରାଜ୍ୟ । ହଠାତ ୪ ବର୍ଷ ପରେ କେନ୍ଦ୍ର ଆଇନମନ୍ତ୍ରୀ ଓଡିଶାରେ ବିଧାନ ପରିଷଦ ପ୍ରସ୍ତାବ ସଂଳକ୍ପ ପାଇନଥିବା ରାଜ୍ୟସଭାରେ କହିଥିଲେ । କେନ୍ଦ୍ରର ଏପରି ମିଛକୁ ଓଡିଶା ଧରିବା ସହ ପୁଣି ବାଚସ୍ପତି ୨ଟି ଚିଠି କେନ୍ଦ୍ରକୁ ଲେଖି ରାଜ୍ୟ ପଠାଇଥିବା ବିଧାନ ପରିଷଦର ସଂକଳ୍ପର ସମସ୍ତ ତଥ୍ୟ ଦେଇଥିଲେ । ଫଳ ସ୍ବରୂପ ଏବେ କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ଠାରୁ ବିଧାନ ପରିଷଦ କିପରି ଗଠନ ହେବ, କେତେ ସଦସ୍ୟ ବିଶିଷ୍ଟ ହେବ, କିଏ କିଏ ରହିବେ ଏପରି ଲମ୍ବା ତଥ୍ୟ ମାଗିଛି କେନ୍ଦ୍ର।

ବିଧାନ ପରିଷଦରେ ବିଧାନସଭା ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶ ଅର୍ଥାତ ୪୯ ଜଣ ସଦସ୍ୟ ରହିବେ । ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ ରହିବ । ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସିଟ ଖାଲି ହେବ । ଜିଲ୍ଲା ପରିଷଦ ଓ ବିଧାୟକମାନଙ୍କ ଦ୍ବାରା ପରିଷଦ ସଦସ୍ୟ ନିର୍ବାଚିତ ହେବେ । ଏକ ତୃତୀୟାଂଶ ସଦସ୍ୟ ମୁନିସିପାଲିଟି ଓ ପଂଚାୟତ ସମିତିରୁ ଜିଲ୍ଲାପରିଷଦ ଓ ବିଧାୟକଙ୍କ ଦ୍ବାରା ନିର୍ବାଚିତ ହେବେ । ଏକ ଷଷ୍ଠାଂଶ ସଦସ୍ୟ କଳା, ବିଜ୍ଞାନ,ସାହିତ୍ୟ, ସମାଜସେବା ଓ ସମବାୟ ଆନ୍ଦୋଳନରୁ ନିର୍ବାଚିତ ହେବେ। ଅବଶିଷ୍ଟ ୧୨ ଭାଗରୁ ୧ଭାଗ ସଦସ୍ୟ ମାଧ୍ୟମିକ ସ୍କୁଲ ଓ ବିଶ୍ବ ବିଦ୍ୟାଳୟର ଅଧ୍ୟାପନା କ୍ଷେତ୍ରରୁ ନିର୍ବାଚିତ ହେବେ । ଏସବୁ ତଥ୍ୟ ରାଜ୍ୟ କେନ୍ଦ୍ରକୁ ଜଣାଇଛି ।

ବିଧାନପରିଷଦ ପାଇଁ ରାଜ୍ୟ ପ୍ରଥମେ ୫ଜଣିଆ କମିଟି ଗଠନ କରିଥଲେ । ବିହାର, ତେଲେଙ୍ଗାନା, କଣ୍ଣାଟକ, ମହାରାଷ୍ଟ୍ର ପରି ରାଜ୍ୟକୁ ଗସ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ କମିଟି । କେନ୍ଦ୍ରର ଏହି ଚିଠି ସଂସଦୀୟ ବ୍ୟାପାର ବିଭାଗକୁ ପଠାଯାଇଥିବା ବାଚସ୍ପତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.