ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ସିଡିପିଓଙ୍କୁ ବାନ୍ଧିଲା ଭିଜିଲାନ୍ସ

0

ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ସିଡିପିଓଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆଜି ଦିନ ସାଢ଼େ ୧୧ଟା ସମୟରେ ଭଦ୍ରକ ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଭଦ୍ରକ ସିଡିପିଓ ସୁଗନ୍ଧା ଦାସ ଏବଂ ସୁପରଭାଇଜର ସୁଲୋଚନ ବେହେରା ଭଦ୍ରକ ଜିଲ୍ଲା ବଣିଆ ପଞ୍ଚାୟତ ଅନ୍ତର୍ଗତ ସରଗଡ଼ିଆ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଇତିଶ୍ରୀ ସେଠୀଙ୍କ ନିଯୁକ୍ତି ପାଇଁ ତାଙ୍କ ଦାଦା ପ୍ରଶାନ୍ତ ସେଠୀଙ୍କ ନିକଟରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ସେଠାରେ ଉପସ୍ଥିତ ଥିବା ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରା ପଡ଼ିଥିଲେ।

ଇତିଶ୍ରୀଙ୍କ ନିଯୁକ୍ତି ପାଇଁ ଭଦ୍ରକ ସିଡିପିଓ ପଚାଶ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ସେହି ଅନୁଯାୟୀ ଆଜି ଦଶ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଚଡ଼ାଉ ବେଳେ ବାଲେଶ୍ୱର ଭିଜିଲାନ୍ସ ଅତିରିକ୍ତ ଏସପି ହରେକୃଷ୍ଣ ମାଝୀ, ଭଦ୍ରକ ଡ଼ିଏସପି ସନ୍ତୋଷ କୁମାର ସାମନ୍ତରାୟ, ଇନ୍ସପେକ୍ଟର ଉଲିପି ବେହେରାଙ୍କ ସମେତ ଭିଜିଲାନ୍ସ ବିଭାଗର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଘଟଣାର ଅଧିକ ତଦନ୍ତ ପାଇଁ ଡିଏସପି ସମ୍ପୃକ୍ତ ଦୁଇ କର୍ମଚାରୀଙ୍କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଚରାଉଚରା କରିଥିଲେ। ପରେ ଉଭୟଙ୍କୁ ଭିଜିଲାନ୍ସ ଅଫିସକୁ ନେଇଯାଇଥିଲେ। ଏ ସମ୍ପର୍କରେ ଅଙ୍ଗନବାଡ଼ି କର୍ମୀ ଇତିଶ୍ରୀଙ୍କ ଦାଦା ପ୍ରଶାନ୍ତ ବାଲେଶ୍ଵର ଭିଜିଲାନ୍ସ ଏସ ପିଙ୍କ ନିକଟରେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.