ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, ଚଢାଉ ବେଳେ ଭିଜଲାନ୍ସ ଆଖି ଟେରା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ପୁଣି ଏକ ବଡ଼ ମାଛ। ଭିଜିଲାନ୍ସ ପକ୍ଷରୁ ଆଜି ବ୍ରହ୍ମପୁରରେ ବଡଧରଣର ଚଢ଼ାଉ ବେଳ ଧରା ପଡିଛନ୍ତି ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ । ଜଣେ ଅତିରିକ୍ତ ଏସପି, ୪ ଜଣ ଡ଼ିଏସପି ଓ ୧୦ ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ଟିମ ଏବେ ଚଢ଼ାଉ ଜାରି ରଖିଥିବାବେଳେ ତାଙ୍କ ଘରୁ ନଗଦ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି ।

ବ୍ରହ୍ମପୁର ବ୍ୟତୀତ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଅନ୍ୟ ସ୍ଥାନ ସହ ପୈତୃକ ବାସଭବନ, ଅଫିସରେ ମଧ୍ୟ ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁରର ଗଜପତି ଲେନରେ ଥିବା ଦୁଇଟି ଘର, ଭୁବନେଶ୍ୱରରେ ଥିବା ଚାରି ମହଲା ଘର, ଆମ୍ବପୁଆରେ ଥିବା ଅଫିସ, ଛତ୍ରପୁରର ପୁଟବଗଡରେ ଥିବା ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରହିଛି ।

berhampur 2

ପୁଳା ପୁଳା ଟଙ୍କା ଦେଖି ଭିଜିଲାନ୍‌ସ ତାଜୁବ। ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ଇଲେକ୍ଟ୍ରିକାଲ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢାଉ ବେଳେ ୧୯ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍‌ସ ପକ୍ଷରୁ ଚଢାଉ ଜାରି ରହିଛି। ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ। ବ୍ରହ୍ମପୁର ଗଜପତି ନଗରରେ ଏକ ୪ ମହଲା ଘର ଓ ଭୁବନେଶ୍ୱର ଏମ୍‌ସ ନଗରରେ ଥିବା ୪ ମହଲା ଘର ରହିଛି ବ୍ରହ୍ମପୁର ଆମ୍ବପୁଆର ସରକାରୀ କାର୍ଯ୍ୟାଳୟ ଓ ଛତ୍ରପୁରରେ ଥିବା ପୈତୃକ ଘରେ ମଧ୍ୟ ଚାଲିଛି ରେଡ୍‌। ରେଡ ପୂର୍ବରୁ ଭିଜିଲାନ୍ସ ଟିମକୁ ଅସହଯୋଗ କରି ଜଗନ୍ନାଥ ସେଠୀ ବ୍ରହ୍ମପୁର ଏବଂ ତାଙ୍କ ପୁଅ ଭୁବନେଶ୍ୱର ସ୍ଥିତ ଘରେ ତାଲା ପକାଇଥିଲେ ।

ସର୍ଚ୍ଚ ଓ୍ଵାରେଣ୍ଟ ଦେଖାଇବା ସର୍ତ୍ତେ ଉଭୟ ଘର ଭିତରକୁୁ ଭିଜିଲାନ୍ସ ଟିମକୁ ଉଭୟ ଛାଡିନଥିଲେ । ବାପ-ପୁଅଙ୍କ ଅସହଯୋଗ ପରେ ତାଲା ଭାଙ୍ଗି ଘରେ ପଶିଥିଲା ଭିଜିଲାନ୍ସ । ଡ୍ୟୁଟି ବେଳେ ଅସହଯୋଗ ପାଇଁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଚଢାଉରେ ଭିଜିଲାନ୍‌ସର ଜଣେ ଅତିରିକ୍ତ ଏସ୍‌ପି, ୪ଜଣ DSP, ୧୦ଜଣ ଇନିସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

 

Leave A Reply

Your email address will not be published.