ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦା ରଭଚାର୍ଲସ ନାୟକ। ଘର ସମେତ ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଘରେ ଚଢଉ କରୁଛି କଟକ ଭିଜିଲାନ୍ସ ଟିମ୍। ଚାର୍ଲସ ନାୟକ ପୂର୍ବରୁ ବାଲେଶ୍ବର ଜିଲ୍ଲା ସୋରରେ ତହସିଲଦାର ଥିବା ବେଳେ ମଧ୍ୟ ଦୁର୍ନୀତି କରିଥିବାର ଅଭିଯୋଗ ପରେ ତାଙ୍କୁ ଦୂର ଜିଲ୍ଲାକୁ ବଦଳି କରାଯାଇଥିଲା। ତେବେ ପୁଣି ପ୍ରାୟ ବର୍ଷକ ତଳେ ସେ କରଞ୍ଜିଆ ତହସିଲଦାର ଭାବେ ବଦଳି ହୋଇ ଆସିଥିଲେ। ତାଙ୍କ ପୈତୃକ ଘର ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ବୋଲି ସୂଚନା ।
ବେଆଇନ୍ ଖଣି ଲିଜ୍ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବାର ତାଙ୍କ ବିରୋଧେ ଅଭିଯୋଗ ରହିଛି। ତହସିଲଦାର ଚାର୍ଲସ ନାୟକଙ୍କ ପୈତୃକ ଘର ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ହୋଇଥିବା ବେଳେ ତାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଦୁର୍ନୀତିର ରେକର୍ଡ ରହିଛି। ସେ ବାଲେଶ୍ୱର ଜିଲ୍ଲା ସୋରରେ ତହସିଲଦାର ଥିବା ବେଳେ ମଧ୍ୟ ଦୁର୍ନୀତି କରିଥିଲେ। ତାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆସିବା ପରେ ତାଙ୍କୁ ଆଉ ଏକ ଜିଲ୍ଲାକୁ ବଦଳି କରାଯାଇଥିଲା। ହେଲେ ସେ ବର୍ଷେ ତଳେ ପୁଣି କରଞ୍ଜିଆ ତହସିଲଦାର ଭାବେ ବଦଳି ହୋଇ ଆସି ଏଠି ବି ଦୁର୍ନୀତି ଆରମ୍ଭ କରିଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଭିଜିଲାନ୍ସ ଟିମ୍ ଆଜି ସକାଳ ୭ଟା ବେଳେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ପହଞ୍ଚିଥିଲା। ସେଠାରେ ଚଢ଼ଉ କରି ସବୁ ଫାଇଲ ପତ୍ରର ତନ୍ନ ତନ୍ନ କରି ଖୋଜିଥିଲା। ଘରେ ଚଢ଼ାଉ ସାରି ଏଭେ ସରକାରୀ କାର୍ଯ୍ୟାଳୟରେ ଚଢଉ କରୁଛି ଭିଜିଲାନ୍ସ।