ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

0

ଓଡ଼ିଆ ନ୍ୟୁଜ୍: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ବିଶ୍ଵଦର୍ଶୀ ସାହୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବିଶ୍ଵଦର୍ଶୀ ସାହୁଙ୍କର ୭ଟି ଠିକଣା ଉପରେ ଚଢ଼ଉ କରିଛି ଭିଜିଲାନ୍ସ। ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ଵଦର୍ଶୀ ସାହୁଙ୍କ ଭୁବନେଶ୍ଵରସ୍ଥିତ ଶ୍ରୀରାମ ନଗରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଲକ୍ଷ୍ମୀସାଗର ଓ ଖାରବେଳ ନଗରରେ ଥିବା ଫ୍ଲାଟ, ବାଲେଶ୍ଵର, ଯାଜପୁର ଓ ବଣାଇସ୍ଥିତ କାର୍ଯ୍ୟାଳୟ ଓ ପୈତୃକ ଘରେ ଚଢ଼ଉ କରିଛନ୍ତି ଭିଜିଲାନ୍ସ ଟିମ।

ଚଢ଼ଉ ସମୟରେ ବିଶ୍ଵଦର୍ଶୀଙ୍କ ପୁରୀରେ ୯ଟି ଦାମୀ ପ୍ଲଟ ଠାବ କରାଯାଇଛି। ଏହା ସହ ଦେଢ଼ ଶହ ଗ୍ରାମର ସୁନା ଗହଣା, ନଗଦ ୨ ଲକ୍ଷ ୫ ହଜାର ଟଙ୍କା, ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର, ଦାମୀ କାର ଓ ୪ଟି ବାଇକ୍, ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟାଲରେ ଜମା ଠାବ କରାଯାଇଛି।

Leave A Reply

Your email address will not be published.