ଗ୍ରାମକୁ ରାସ୍ତା ନଥିବାରୁ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗ୍ରାମକୁ ରାସ୍ତା ନଥିବାରୁ ଗ୍ରାମବାସୀଙ୍କ ରାସ୍ତା ଅବରୋଧ | ସ୍ୱାସ୍ଥ୍ୟ ସେବା ଓ ଗମନା ଗମନ ର ବାଧକ ସାଧୁଛି ଭାରତମାଳା ରାସ୍ତା | ଲୋକେ ବାଧ୍ୟ ହୋଇ ରାସ୍ତା ଅବରୋଧ କରୁଥିବା ଦେଖିବାକୁ ମିଳିଛି | ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ବଡ଼ଭରଣ୍ଡୀ ପଂଚାୟତ ର କିଛି ଗ୍ରାମ ରେ!ପଂଚାୟତ ରେ ଥିବା ନାଗରାଡଙ୍ଗରି, ନାଗଜରୀ, ଏଭଳି ପ୍ରାୟ 10ରୁ 12ଟି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଟିକୁ ବର୍ତମାନ ବନ୍ଦ କରିଦିଆଯାଇଛି |

ଆଜି ସକାଳେ ଏକ ଗର୍ଭବତୀ ମହିଳା ଙ୍କୁ ଏମ୍ବୁଲାନ୍ସ ଯୋଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେବା ବେଳେ ଭାରତମାଳା ରାସ୍ତା ବନ୍ଦ କରିଦେଇଥିବା ଦେଖିବାକୁ ମିଳିଥିଲା | କିଛି ସମୟ ପରେ ବହୁତ କଷ୍ଟରେ ଲୋକେ ଏମ୍ବୁଲାନ୍ସ ଟିକୁ ଆରପାରିରେ ପଠାଇଥିଲେ | ଏହା ଦେଖି ଆଖ ପାଖ ର ପ୍ରାୟ 10ରୁ 12ଟି ଗ୍ରାମର ଲୋକେ ନିଜ ଗ୍ରାମ ଗୁଡିକ କୁ ଯାତାୟାତ କରିବାକୁ ରାସ୍ତା ନ ଥିବାରୁ ବାଧ୍ୟ ହୋଇ 185/500ଚେନେଜ ର ରାସ୍ତା ଅବରୋଧ କରି ହୋ ହାଲ୍ଲା କରିଥିଲେ | କିଛି ସମୟ ପରେ ଭାରତମାଳା ରେ କାର୍ଯ୍ୟରତ କର୍ମଚାରୀ, ସ୍ଥାନୀୟ ତହସିଲଦାର ଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବା ରୁ ସମାଧାନ ର ବାଟ ବାହାରିଥିଲା |

ଏବଂ ଗ୍ରାମବାସୀ ରାସ୍ତା ଅବରୋଧରୁ ଓହରିଥିଲେ!ଆଗାମୀ ଦିନରେ ଆମ ଅଞ୍ଚଳ ର ଗ୍ରାମଗୁଡିକ କୁ ସଂଯୋଗ କରିବା ପାଇଁ ରାସ୍ତା ନିର୍ମାଣ କରିବାକୁ ଅନୁରୋଧ କରିଥିଲେ | ସେପଟେ ଭାରତମାଳା ରାସ୍ତାରେ ମକା, ଧାନ ଶୁଖାଇବା ର ଦୃଶ୍ୟ ଦେଖିବାକୁ ମିଳିଥିଲା | ଲୋକଙ୍କୁ ଯାତାୟାତ ନିମନ୍ତେ ସରକାର ରାସ୍ତା ନିର୍ମାଣ କରୁଥିବାବେଳେ ଏଠାରେ ମକା, ଧାନ ଶୁଖାଉଥିବା ଦେଖିବାକୁ ମିଳିଛି | ରାସ୍ତା ରେ ଯଦି କୌଣସି ଅଘଟଣ ଘଟେ ତାହାହେଲେ ଦାୟୀ କିଏ ରହିବ?

Leave A Reply

Your email address will not be published.