ଭୁବନେଶ୍ୱର: କଲ୍ୟାଣପୁର ହାଇସ୍କୁଲରେ ୨୦୦ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ୪ ଶିକ୍ଷକ, ଦୀର୍ଘ ଦିନ ଧରି ତାଲା ପକାଇଛନ୍ତି ଗ୍ରାମବାସୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତ ରେ 5t ଅଧୀନରେ ଥିବା ନୃସିଂହନାଥ ଉଚ୍ଚ ବିଦ୍ୟାଳୟକୁ ଗ୍ରାମବାସୀ ମାନେ ଦୀର୍ଘ ଦିନ ଧରି ତାଲା ପକାଇଛନ୍ତି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢୁଛନ୍ତି। ପାଖାପାଖି ୨୦୦ ଛାତ୍ରଛାତ୍ରୀ ପଢୁଛନ୍ତି। ଶିକ୍ଷକ ପାଞ୍ଚଜଣ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କିରାଣୀ କାମ(ଅଫିସ କାର୍ଯ୍ୟ) କରୁଛନ୍ତି ବାକି ୪ ଜଣ ପଢ଼ାଉଛନ୍ତି।

କିଛିଦିନ ତଳେ 5t ଅଧୀନରେ ସ୍କୁଲ କାମ କରାଯାଇଥିଲେ ବି ଦୀର୍ଘ ଦିନ ଧରି ଆବଶ୍ୟକୀୟ ଶିକ୍ଷକ, କର୍ମଚାରୀ ନ ଥିବାରୁ ପିଲାମାନଙ୍କ ପଢିବାରେ ବହୁ ଅସୁବିଧା ହେଉଛି। ଗ୍ରାମବାସୀ ମାନେ ସ୍କୁଲ ରେ ତାଲା ପକେଇବା ପରେ କିଛି ପିଲା(୫୦ ଜଣ) ସ୍କୁଲ ପାଖ ମନ୍ଦିର ବାରଣ୍ଡାରେ ବସି ପାଠ ପଢୁଥିବା ବେଳେ ଆଉ କିଛି ପିଲା ସ୍କୁଲକୁ ଆସୁ ନଥିବା ବେଳେ ଆଉ କିଛି ପିଲା ଖେଳକୁଦରେ ସମୟ ସାରୁଛନ୍ତି।

ସଂସ୍କୃତ ଶିକ୍ଷକ ପାଳି ଅନୁସାରେ ତିନୋଟି ସ୍କୁଲ ରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଗ୍ରାମବାସୀମାନେ ଶିକ୍ଷାମନ୍ତ୍ରୀକୁ ଅଭିଯୋଗ କରିବା ପରେ ମନ୍ତ୍ରୀ କହିଲେ କି ଆପଣଙ୍କ ଅଞ୍ଚଳର ବିଧାୟକଙ୍କୁ (ମନ୍ତ୍ରୀ ଅଶୋକ ପଣ୍ଡା) ଆପଣ ଜଣାନ୍ତୁ। ଗ୍ରାମବାସୀମାନେ ସ୍କୁଲ ର ଅଭିଯୋଗ ନେଇ ମନ୍ତ୍ରୀଙ୍କ ଠୁଁ ଆରମ୍ଭ କରି ଜିଲ୍ଲାପାଳ,ଡିଆଇ ପର୍ଯ୍ୟନ୍ତ ଗଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ତା ପରିବର୍ତ୍ତେ ଡିଆଇ ସ୍କୁଲକୁ ବନ୍ଦ କରିଦେବାର ଧମକ ଗ୍ରାମବାସୀଙ୍କୁ ଦେଇଛନ୍ତି।ତେଣୁ ଅନ୍ୟ ଉପାୟ ନ ପାଇ ଗ୍ରାମବାସୀମାନେ ସ୍କୁଲ୍ ରେ ନୋଟିସ ମାରିବା ସହ ତାଲା ପକାଇଛନ୍ତି।

ଏହି କଥାକୁ ଗୁରୁତର ସହ ନେଇ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଉକ୍ତ ସ୍କୁଲ ପରିଦର୍ଶନ କରିଛନ୍ତି। ପ୍ରତିନିଧି ମଣ୍ଡଳୀ ଉକ୍ତ ସ୍କୁଲର ଶିକ୍ଷକ ,ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି  ରାଜ୍ୟ ସରକାର ବିଶେଷ କରି 5t ଉପରେ ଅସନ୍ତୋଷ ପ୍ରକାଶ କରି ଶୀଘ୍ର ସ୍କୁଲ ଖୋଲିବା ସହ ଉକ୍ତ ସ୍କୁଲକୁ ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।ନଚେତ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଶ୍ରୀ ଦାଶ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ପ୍ରତିନିଧି ମଣ୍ଡଳୀରେ ଶ୍ରୀ ଦାଶ ଙ୍କ ସମେତ,ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ,ପିସିସି ସାଧାରଣ ସମ୍ପାଦକ ରଶ୍ମି ମହାପାତ୍ର,ବିସ୍ମୟ ମହାପାତ୍ର, ପ୍ରକାଶ ମିଶ୍ର,ସୁବ୍ରତ ମହାପାତ୍ର,ମୁଖପାତ୍ର ରଜନୀ କୁମାର ମହାପାତ୍ର,ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର,ମିହିର ଆଚାର୍ଯ୍ୟ,କୁସୁମ ପ୍ରଧାନ,ମୋହନ ଜେନା,ପ୍ରସନ୍ନ ନାୟକ ପ୍ରମୁଖ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.