ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଥମୁନି ମଣିପୁର ହିଂସା । ଯେତେ ଉଦ୍ୟମ ଗଲେ ବି ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ଭିତରେ ମଣିପୁରରେ ସାନି ହିଂସା ହୋଇଥିବା ଦେଖିବାକୁ ମିଳିଛି । ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଲେ ଉପଦ୍ରବକାରୀ । ଲୁଟିନେଲେ ୪ ହଜାର ଅସ୍ତ୍ରଶସ୍ତ୍ର । ୫ ଲକ୍ଷ ରାଉଣ୍ଡ ଗୁଳିଗୋଳା ମଧ୍ୟ ଲୁଟ୍ ହୋଇଥିବା ସୂଚନା । ସଂଖ୍ୟାଗରିଷ୍ଠ ବର୍ଗର ଲୋକଙ୍କ ସହିତ ମିଶି ଦୁର୍ବୃତ୍ତମାନେ ଅସ୍ତ୍ରାଗାରରେ ପଶି ଏକେ ଓ ଘଟକ ସିରିଜ୍ ଆସଲ୍ଟ ରାଇଫଲ ସମେତ ୧୯ ହଜାରରୁ ଅଧିକ ଗୁଳି ଲୁଟି ନେଇଛନ୍ତି ।
ବିଷ୍ଣୁପୁର ଜିଲ୍ଲା ନରଣସେଇନାଠାରେ ଥିବା ଦ୍ବିତୀୟ ଇଣ୍ଡିଆ ରିଜର୍ଭ ବାଟାଲିୟନର ମୁଖ୍ୟାଳୟରେ ଏହି ଘଟଣା ଘଟିଛି । ଗତ ମାସ ୩ ତାରିଖରେ ରାଜ୍ୟରେ ଘଟିଥିବା ଜାତିଆଣ ସଂଘର୍ଷରେ ପ୍ରାଣ ହରାଇଥିବା ଲୋକଙ୍କ ସାମୂହିକ ଶବ ଦାହ କରିବାକୁ ଆଦିବାସୀମାନେ ଚୁରାଚାନ୍ଦପୁରଠାରେ ଯୋଜନା କରିଥିଲେ । ଚୁରାଚାନ୍ଦପୁର ଅଭିମୁଖେ ଯିବା ପାଇଁ ଲୋକମାନେ ସେଠାରେ ଭିଡ଼ ଜମିଥିଲା ।