ବିରାଟ, ସଚିନଙ୍କ ଟ୍ୱିଟର ଆକାଉଣ୍ଟରେ ପୁଣି ଦିଶିଲା ବ୍ଲୁ-ଟିକ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏବେ ସବୁଠି ଟ୍ୱିଟର୍ ବ୍ଲୁ-ଟିକକୁ ନେଇ ଯୋଗ୍ ଧରିଛି ଚର୍ଚ୍ଚା । କିଛି ଦିନ ତଳେ ଟ୍ୱିଟର୍ କମ୍ପାନୀ ବିଶ୍ୱର ଅନେକ ଚର୍ଚ୍ଚିତ ଚେହେରାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ-ଟିକ୍ ଛଡେଇ ନେଇଥିଲା । ଏମିତି କି ରାହୁଲ ଗାନ୍ଧୀ, ବିରାଟ କୋହଲି, ସଚିନ ତେନ୍ଦୁଲକରଙ୍କ ସହିତ ଶାହାରୁଖ ଖାନ୍ ଓ ସଲମାନ୍ ଖାନଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲୁ-ଟିକ୍ ଛଡେଇ ନେଇଥିଲା ଟ୍ୱିଟର କମ୍ପାନୀ । ହେଲେ ଏବେ କିଛି ସେଲିବ୍ରିଟିଙ୍କ ଆକାଉଣ୍ଟକୁ ପୁଣି ଫେରିଛି ବ୍ଲୁ-ଟିକ୍ । କ୍ରିକେଟ ଜଗତର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଓ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଆକାଉଣ୍ଟରେ ଏବେ ପୂର୍ବଭଳି ବ୍ଲୁ-ଟିକ୍ ମାର୍କ ରହିଥିବା ଦେଖିିବାକୁ ମିଳିଛି । ସେହିଭଳି ଶାହାରୁଖ ଖାନଙ୍କ ଆକାଉଣ୍ଟରେ ମଧ୍ୟ ବ୍ଲୁ-ଟିକ୍ ପୁଣି ଫେରିଛି । ହେଲେ ଏହି ସେଲିବ୍ରିଟିମାନେ ବ୍ଲୁ-ଟିକ୍ ସବସ୍କ୍ରାଇବ୍ କରିଛନ୍ତି, ନା କମ୍ପାନୀ ତାଙ୍କ ଅଭିଯୋଗ ପରେ ବ୍ଲୁ-ଟିକ୍ ଫେରାଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଜାମ୍ମୁ କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ଆକାଉଣ୍ଟକୁ ଟ୍ୱିଟର ବ୍ଲୁ-ଟିକ୍ ଫେରିଛି । ତାଙ୍କ କହିବା ମୁତାବକ ସେ ଏଥିପାଇଁ କୌଣସି ଟଙ୍କା ଦେଇନାହାଁନ୍ତି । ଅନ୍ୟପଟେ ନୋବେଲ ପୁରସ୍କାର ବିଜୟୀ ମଲାଲା ୟୁସୁଫଜଇ ମଧ୍ୟ ଟ୍ୱିଟର ବ୍ଲୁ-ଟିକ୍ ମିଳିବା ନେଇ ଖୁସି ଜାହିର କରିଛନ୍ତି । ତେଣୁ ପୁଣିଥରେ କମ୍ପାନୀ ବଡ ବଡ ସେଲିବ୍ରିଟିଙ୍କୁ ବ୍ଲୁ-ଟିକ୍ ଫେରାଇଥିବା ଚର୍ଚ୍ଚା ହେଉଛି ।  ଟ୍ୱିଟର କମ୍ପାନୀ ଏବେ ବ୍ଲୁ-ଟିକକୁ ନେଇ ଅଧିକ କଠୋର ନୀତି ଆପଣାଇଛି । ୟୁଜର୍ସ ଟଙ୍କା ନଦେଲେ ବ୍ଲୁ-ଟିକ୍ କାଟିନେଉଛି କମ୍ପାନୀ । ଏମିତିକି କି  ପ୍ରକାଶ ପାଇଥିବା ଏକ ରିପୋର୍ଟରେ   ଟ୍ୱିଟରର ମାଲିକ ଏଲନ୍ ମସ୍କ ମଧ୍ୟ ନିଜ ଆକାଉଣ୍ଟ ପାଇଁ ନିଜେ ଟଙ୍କା ଗଣୁଥିବା କଥା ସ୍ବିକାର କରିଛନ୍ତି  ।

Leave A Reply

Your email address will not be published.