ବିଶାଖାପାଟଣା କୋତାୱାଲସା ରୁଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

0

ଓଡ଼ିଆ ନ୍ୟୁଜ୍: ରାସ୍ତା ମଝିରେ ଅଟକିଲା ମାଲବାହୀ ଟ୍ରେନ। ବିଶାଖାପାଟଣା କୋତାୱାଲସା ରୁଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। ଟ୍ରାକରୁ ୬ ବଗି ଖସିଥିବା ସୂଚନା  ବିଜୟନଗରମ କୋତବଲସା ମଝିରେ ଏକ ମାଲବାହୀ ଟ୍ରେନ୍‌ର ୬ଟି ବଗି ଲାଇନଚ୍ୟୁତ । ଯାହାଫଳରେ ବହୁ ଯାତ୍ରୀବାହୀ ଟ୍ରେନ୍‌ ଯାତାୟାତ ପ୍ରଭାବିତ ହୋଇଛି।

ଭୁବେନେଶ୍ୱର ବିଶାଖାପାଟଣା ବନ୍ଦେଭାରତ ଏକ୍ସପ୍ରେସ୍‌, ପ୍ରଶାନ୍ତି ଏକ୍ସପ୍ରେସ୍‌, ସାଲିମାର-ଭାସ୍କୋଡାଗାମା, ରାଜାରାଣୀ ଏକ୍ସପ୍ରେସ, ପାଟଣା ଏରନାକୁଲମ ଏକ୍ସପ୍ରେସ, ହାଓ୍ବ୍‌ଡା-ଚେନ୍ନାଇ ଏକ୍ସପ୍ରେସ, ଭୁବନେଶ୍ୱର ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍‌ ଆଦି ଯାତ୍ରୀବାହୀ ଟ୍ରେନଗୁଡ଼ିକ ପ୍ରଭାବିତ ହୋଇଛି।ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ପୁନଃ ଉଦ୍ଧାର କାର୍ଯ୍ୟ ଚାଲୁ କରାଯାଇ ସ୍ବାଭାବିକ ପାଇଁ ଚେଷ୍ଟା ଚାଲିଥିବା ରେଲଓ୍ବେ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.