ଭିସ୍ତାରା ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିମାନକୁ ଉଡାଇଦେବାକୁ ମିଳିଲା ଧମକ । ଭିସ୍ତାରା ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିବା ଖବର ସାମ୍ନାକୁ ଆସିଛି । ଏହି ଖବର ପରେ ଦିଲ୍ଲୀ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ଦିଲ୍ଲୀ-ପୁଣେ ବିମାନକୁ ବୋମା ଧମକ ଦିଆଯାଇଛି। ବିମାନ ପହଞ୍ଚିବା ମାତ୍ରେ ଏଥିରେ କୌଣସି ବୋମା ଅଛି କି ନାହିଁ ତଦନ୍ତ ଆରମ୍ଭ ହୋଇଥିଲା। ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ଓହ୍ଲାଯାଇଛି।

ବିମାନବନ୍ଦରର ଆଇସୋଲେଶନ ବେ’ରେ ବିମାନର ଯାଞ୍ଚ ଚାଲିଛି। ସମସ୍ତ ଯାତ୍ରୀ ସେମାନଙ୍କ ସାମଗ୍ରୀ ସହିତ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି। ଜିଏମଆର କଲ ସେଣ୍ଟର ଶୁକ୍ରବାର ସକାଳ ୮.୫୩ରେ ବିମାନରେ ଏକ ବୋମା ଥିବା ବିଷୟରେ କଲ ପାଇଥିଲା।

Leave A Reply

Your email address will not be published.