ଭାରତରେ ବ୍ୟାନ୍ ହେଲା VLC ମିଡିଆ ପ୍ଲେୟର!

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଆଉ ଭାରତରେ ଉପଲବ୍ଧ ହେବ ନାହିଁ VLC ମିଡିଆ ପ୍ଲେୟର। ଭାରତରେ ଆଉ କାମ କରିବ ନାହିଁ ପ୍ରସିଦ୍ଧ ମିଡିଆ ପ୍ଲେୟର ସଫ୍ଟୱେର୍ ଆଣ୍ଡ ଷ୍ଟ୍ରିମିଂ ମିଡିଆ ସର୍ଭର VLC ମିଡିଆ ପ୍ଲେୟର । ଏହାକୁ ଭାରତରେ ବ୍ୟାନ କରାଯାଇଛି । ତେବେ ଭାରତ ସରକାର ଅନେକ ଆପ୍ କୁ ଭରତରେ ବ୍ୟାନ କରିଥିବା ବେଳେ ବର୍ତ୍ତମାନ ହେଲା VLC Media player ବ୍ୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କିଛି ଜାତୀୟ ମିଡିଆ ରିପୋର୍ଟ ଅନୁଯାୟୀ ଭାରତରେ ପାଖାପାଖି ୨ ମାସ ପୂର୍ବରୁ VideoLAN ପ୍ରୋଜେକ୍ଟ ଦ୍ୱାରା ପ୍ରସ୍ତୁତ ହୋଇଥିବା VLC player କୁ ବ୍ଲକ କରି ଦିଆଯାଇଥିଲା । କିନ୍ତୁ ଏହାକୁ ନେଇ ଭାରତ ସରକାର କିମ୍ବା କମ୍ପାନୀ କୌଣସି ସମ୍ପୂର୍ଣ୍ଣ ତଥ୍ୟ ଦେଇ ନାହାନ୍ତି । ତେବେ କିଛି ରିପୋର୍ଟରୁ ଏହା ସାମ୍ନାକୁ ଆସିଛି ଯେ ଆଇଟି ଆକ୍ଟ ୨୦୦୦ ଅନୁଯାୟୀ ଭାରତ ସରକାର ଏହାକୁ ବ୍ୟାନ କରିଛନ୍ତି । VLC Media player ୱେବସାଇଟ୍ ଖୋଲିବା ଦ୍ୱାରା ଆଇଟି (IT) ଆକ୍ଟ ଦ୍ୱାରା ଏହାକୁ ବ୍ୟାନ କରାଯିବାର ମେସେଜ ଦେଖାଯାଉଛି । ତେବେ ଏହାର ଅର୍ଥ ହେଉଛି ଯେ ଭାରତରେ କେହି ବି କୌଣସି କାମ ପାଇଁ ପ୍ଲାଟଫର୍ମକୁ ବ୍ୟବହାର କରିପାରିବେ ନାହିଁ । ଏଣିକି ଆଉ ଭାରତରେ ଏଭଳି VLC ମିଡିଆ ପ୍ଲେୟର କାମ କରିବ ନାହିଁ।

Leave A Reply

Your email address will not be published.