ଓଡ଼ିଆ ନ୍ୟୁଜ୍: ଆଜି ଆସାମ, କେରଳମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ।୨ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୨୯୬ ଆସନରେ ଭୋଟ୍। ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଗୋଟିଏ ପର୍ଯ୍ୟାୟରେ ଭୋଟ୍;ମେ’୪ରେ ଫଳାଫଳ ଘୋଷଣା।
ଆସାମରେ, ମୁଖ୍ୟତଃ ବିଜେପି ନେତୃତ୍ୱାଧୀନ ଏନଡିଏ(NDA) ଏବଂ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେବ। ଏନଡିଏରେ ବିଜେପି ଏବଂ ଏହାର ସହଯୋଗୀ ଦଳ ଯେପରିକି ଆସାମ ଗଣ ପରିଷଦ (AGP) ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳ ସାମିଲ ଅଛନ୍ତି। ସେମିତି ବିରୋଧୀ ମେଣ୍ଟରେ କଂଗ୍ରେସ ସହିତ ଏଆଇୟୁଡିଏଫ୍( AIUDF) ଏବଂ ରାଇଜୋର(Raijor Dal) ଭଳି ଦଳ କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ୁଛନ୍ତି।
ସେହିପରି କେରଳ କଥା ଯଦି ଦେଖିବା ଏଠାରେ ଦ୍ୱାପାକ୍ଷିକ ଲଢ଼େଇ ହେବ। ସିପିଆଇ(ଏମ୍) ନେତୃତ୍ୱାଧୀନ ରୁଲିଂ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଲଡିଏଫ୍) ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) ମଧ୍ୟରେ ଏଠାରେ ସିଧାସଳଖ ଫାଇଟ୍ ହେବ। କେରଳରେ ବିଜେପି ନେତୃତ୍ୱାଧୀନ ଏନଡିଏର ଛୋଟ ସେତେ ବଡ ନୁହେଁ। ତେଣୁ ଦଳ ଏଠାରେ ଏହାର କ୍ଷମତା ବିସ୍ତାର କରିବାକୁ ଚେଷ୍ଟା କରିବ।
ତେବେ ପୁଡୁଚେରୀରେ କିନ୍ତୁ ଏନ୍ଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ଜୋରଦାର ଲଢ଼େଇ ହେବ। ଏଠାରେ ବିଜେପି ନେତୃତ୍ୱାଧୀନ ଏନଡିଏ, ଅଖିଳ ଭାରତ ଏନଆର କଂଗ୍ରେସ (ଏଆଇଏନଆରସି) ଓ ଅନ୍ୟ ସହଯୋଗୀ ଦଳଗୁଡ଼ିକୁ ସହ ମିଶି ମୁକାବିଲା କରୁଛି। ସେହିପରି କଂଗ୍ରେସ ଓ ଡିଏମକେ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ଏଠାରେ ଜୋରଦାର ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି।