ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜି ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ କାର୍ଯ୍ୟଳୟ ପରିସର ଠାରୁ ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟର ସଚେତନତା ରଥ ଉଦଘାଟିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଯୋଗ ଦେଇ ରାଇରଙ୍ଗପୁର ଓ ସାରସକଣା ନିର୍ବାଚନମଣ୍ଡଳୀ ପାଇଁ ଦୁଇଟି ଭୋଟର ସଚେତନତା ରଥ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ |
ମୁଖ୍ୟ ଅତିଥି ଏହି ଭୋଟର ସଚେତନତା ରଥର ମୁଖ୍ୟ ଉଦ୍ଦେଶ୍ୟ ଏହା ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀର ପ୍ରତି ଗାଁ ପଞ୍ଚାୟତ ଯାଇ ଭୋଟର ମାନଙ୍କୁ ସଚେତନ କରିବେ | ଆଗାମୀ ୨୦୨୪ରେ ସାଧାରଣ ନିର୍ବାଚନ ଆସୁଥିବାରୁ , ଲୋକେ ସଚେତନ ହୁଅନ୍ତୁ, ଭୋଟରଦାତା ଭାବରେ ନିଜର ମତଦାନ ସାବ୍ୟସ୍ତ କରନ୍ତୁ | ଏଥି ସହିତ ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଅଛି | ଏଠାରେ ଭୋଟରମାନେ ନୂତନ ନାମ ପଞ୍ଜିକରଣ, ନାମ ସଂଶୋଧୀକରଣ କାମ ଚାଲୁରହିଛି | ଏହା ଅକ୍ଟୋବର ୨୭ ଠାରୁ ଆରମ୍ଭ ହୋଇ ଡିସେମ୍ବର ୯ ପର୍ଯ୍ୟନ୍ତ ତ୍ବରାନିତ ହେବ |
ଏହି କାର୍ଯ୍ୟକ୍ରମରେ ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ସରୋଜ କୁମାର ଦାସ, ରାଇରଙ୍ଗପୁର ଏ ଡି ଏମ ଦୌଲତ ଚନ୍ଦ୍ର କର, ସହ ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ବିଶ୍ବାଳ, ବିଭାଗୀୟ ଅଧିକାରୀ ଉପାକାନ୍ତ ପାତ୍ର ତଥା ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀଗଣ ପ୍ରସାଦ ବେହେରା, ଦୁର୍ଗାପ୍ରସାଦ ଦାସ, କେଶବ ଚନ୍ଦ୍ର ନାଏକ, ଜଗତଜୀବନ ମହାକୁଡ, ସୁନ୍ଦରମୋହନ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ |