ଝାରସୁଗୁଡ଼ା (ଓଡ଼ିଆ ନ୍ୟୁଜ୍): ଆଜି ବ୍ରଜରାଜନଗର ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣ ଜାରିରହିଛି । ଆଜି ସକାଳ ୭ ଟାରୁ ଭୋଟ୍ ଗ୍ରହଣ କାର୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ ପର୍ୟ୍ୟନ୍ତ ଏହା ଜାରି ରହିବ। ଏହି ନିର୍ବାଚନମଣ୍ଡଳୀର ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର୍ ନିଜର ମତ ସାବ୍ୟସ୍ତ କରିବେ। ନିଜର ବହୁମୂଲ୍ୟ ଭୋଟ ଦେଇ ନିଜର ପ୍ରତିନିଧି ବାଛିବେ। ତେବେ ମଇଦାନରେ ୧୧ ଜଣ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା ଏବଂ କଂଗ୍ରେସର କିଶୋର ପଟେଲ। ଆଜି ସନ୍ଧ୍ୟାରେ ଇଭିଏମରେ ସବୁ ପ୍ରାର୍ଥଙ୍କ ଭାଗ୍ୟ ବୁକ୍ ହେବ। ଆସନ୍ତା ୩ ତାରିଖରେ ଭୋଟ ଗଣତି ହେବ।