ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସନ୍ତାକାଲି ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ। ମଇଦାନରେ ୬୮୯ ପ୍ରାର୍ଥୀ ଅଛନ୍ତି। ୧୮ ହଜାର ୪୯୫ ୱାର୍ଡ ରହିଛି। ସେଥିରୁ ୨୭୭୩ ସମ୍ବେଦନଶୀଳ ବୁଥ ରହିଛି। ଆସନ୍ତା କାଲି ୫୬ ଲକ୍ଷ ୫୩ ହଜାର ୪୦୫ ଭୋଟର ମତଦାନ କରିବେ। ଦ୍ଵିତୀୟ ପର୍ଯ୍ୟାୟରେ ୧୩ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି। ଦୁଇଟି ବୁଥରୁ ବାଲାଟ ତ୍ରୁଟି ନେଇ ରିପୋର୍ଟ ଆସିଛି। ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥରେ ପୁନଃ ମତଦାନ ନେଇ ପ୍ରସ୍ତାବ ଆସିଛି। ଏ ସବୁ ଉପରେ ନିର୍ବାଚନ କମିଶନ ବିଚାର ବିମର୍ଶ କରୁଛନ୍ତି।
ସେପଟେ ନବରଙ୍ଗପୁରରେ ନିର୍ବାଚନ ଡ୍ୟୁଟି ବେଳେ ତିନି ପୋଲିସ ଅଧିକାରୀ ଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରରୁ ଆର୍ଥିକ ସହାୟତା ୧୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ଭୋଟରେ ୭୮.୩ ପ୍ରତିଶତ ମତଦାନ ହୋଇଛି। ସବୁଠୁ କମ ଗଞ୍ଜାମରେ ମତଦାନ ହୋଇଛି ବୋଲି ସୁଚନା ମିଳିଛି।
ଭୋଟ ଗ୍ରହଣ ସମୟରେ ଅଳ୍ପ କିଛି ସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ଏବଂ ବିଶୃଙ୍ଖଳାକୁ ବାଦ ଦେଲେ ମୋଟାମୋଟି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗ୍ରହଣ କାର୍ଯ୍ୟ ସମ୍ପନ୍ନ ହୋଇଅଛି. ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବିଶୃଙ୍ଖଳାକୁ କମିଶନ ଗମ୍ଭିରତାର ସହ ବିଚାରକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଶାନ୍ତିପୁର୍ଣ୍ଣ ଭାବେ ପଞ୍ଚାୟତ ନିର୍ବାଚନ ସାରିବା ପାଇଁ ପୋଲିସ ଡି.ଜି.ଙ୍କୁ ନିର୍ଦ୍ଦେଶ ଦେଇଥିଲେ।