ପେଜର ପରେ ୱାକିଟକି ବିସ୍ଫୋରଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲେବାନନରେ ସେପ୍ଟମ୍ବର ୧୭ରେ ପେଜରର ସିରିୟଲ ବିସ୍ଫୋରଣ ଦେଶକୁ ଥରହର କରି ଦେଇଥିଲା । ଏହା ପଛରେ ଇସ୍ରାଏଲର ହାତ ଥିବା ଲେବାନନ ସନ୍ଦେହ କରୁଛି । ପେଜର ବିସ୍ଫୋରଣ ଘଟଣା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଇତି ମଧ୍ୟରେ ଅଲ ଜଜୀରାରେ ପ୍ରକାଶିତ ଖବର ଅନୁସାରେ ଏବେ ୱାକି ଟକିରେ ବିସ୍ଫୋରଣ ହେବା ଆରମ୍ଭ ହୋଇଛି ।

ମଙ୍ଗଳବାର ଲେବନାନ୍‌ ଓ ସିରିୟାରେ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ସଦସ୍ୟଙ୍କ ପେଜର ବିସ୍ଫୋରଣ ହୋଇ ୧୨ ଜଣ ପ୍ରାଣ ହରାଇଥିବାବେଳେ ବୁଧବାର ୱାକିଟକି ବିସ୍ଫୋରଣ ଘଟିଛି। ଏହିସବୁ ବିସ୍ଫୋରଣ କିଏ ଓ କିପରି ଘଟାଉଛି ତାର କୌଣସି ସୂଚନା ମିଳିପାରୁ ନାହିଁ। ପେଜର ବିସ୍ଫୋରଣରେ ପ୍ରାୟ ୩ହଜାର ଆହତ ହୋଇଥିବାବେଳେ ଆଜି ୱାକିଟକି ବିସ୍ଫୋରଣରେ ଶତାଧିକ ହେଜବୋଲ୍ଲା ସଦସ୍ୟ ଆହତ ହୋଇଛନ୍ତି।

ହିଜବୁଲ୍ଲା ସଦସ୍ୟମାନେ ମୋବାଇଲ ଅପେକ୍ଷା ପେଜର ଏବଂ ୱାକି ଟକି ବ୍ୟବହାର କରିଥାନ୍ତି । ଏଥିରେ ବିସ୍ଫୋରଣ ହେଉଥିବାରୁ ଇସ୍ରାଏଲକୁ ସନ୍ଦେହ କରାଯାଉଛି । ଲେବାନନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଧମକ ଦେବା ପରେ ଇସ୍ରାଏଲର ସୀମା ନିକଟରେ ୨୦୦୦୦ରୁ ଊର୍ଦ୍ଧ୍ୱ ସୈନିକ ନିୟୋଜିତ କରିଛି । ହିଜବୁଲ୍ଲାର ସାଂସଦ ଅଲୀ ଅମାରଙ୍କ ପୁତ୍ରଙ୍କ ଅନ୍ତିମ ସଂସ୍କାର ବେଳେ ବଡ ଧରଣର ବିସ୍ଫୋରଣ ଘଟିଛି । ଏଥିରେ ଅନେକ ଆହତ ହୋଇଛନ୍ତି ।

Leave A Reply

Your email address will not be published.