ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶପଥ ନେବେ ଦିଲ୍ଲୀର ଭାବି ମୁଖ୍ୟମନ୍ତ୍ରୀ ଆତିଶୀ ମରଲେନ ସିଂହ । ଆସନ୍ତା ୨୧ ତାରିଖରେ ଆତିଶୀ ଓ ତାଙ୍କ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବେ । ଏନେଇ ଦଳ ପକ୍ଷରୁ ଗୁରୁବାର ସୂଚନା ପ୍ରଦାନ କରାଯାଇଛି। ଦିଲ୍ଲୀର ଲ୍ୟୁଟେନାଣ୍ଟ ଗଭର୍ଣ୍ଣର ଭିକେ ସାକ୍ସେନା ସେପ୍ଟେମ୍ବର ୨୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲିଖିତ ଆକାରରେ ମୁଖ୍ୟମନ୍ତ୍ରୀ-ନିଯୁକ୍ତ ଆତିଶୀଙ୍କ ଶପଥ ଗ୍ରହଣ କରିବାର ତାରିଖ ପ୍ରସ୍ତାବ ଦେବାର କିଛି ଘଣ୍ଟା ପରେ ଏହି ଘୋଷଣା କରାଯାଇଛି।
ସୂଚନାନୁସାରେ, ଆପ୍ ପ୍ରଥମେ ନିଷ୍ପତ୍ତି ନେଇଥିଲା ଯେ କେବଳ ଅତିଶୀ ଶପଥ ଗ୍ରହଣ କରିବେ। ତେବେ ପରେ ନିଷ୍ପତ୍ତି ନିଆଯାଇଛି ଯେ ତାଙ୍କ ମନ୍ତ୍ରୀ ପରିଷଦ ମଧ୍ୟ ଶପଥ ଗ୍ରହଣ କରିବେ। ଏହାକୁ ନେଇ ଆପ କହିଛି, ଆତିଶୀ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସେପ୍ଟମ୍ବର ୨୧ରେ ଶପଥ ଗ୍ରହଣ କରିବେ । ତାଙ୍କ ସହିତ ତାଙ୍କ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିବ । ତେବେ ନୂଆ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ଥିବା ଚେହେରାଙ୍କ ମଧ୍ୟରେ ସୁଲତାନପୁର ମାଜରା ବିଧାୟକ ମୁକେଶ ଅହଲାବତ, ସୌରଭ ଭରଦ୍ବାଜ, କୈଳାଶ ଗେହଲତ, ଗୋପାଳ ରାୟ ଏବଂ ଇମାରନ ହୁସେନ ପୁଣି ମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ ।
ଦୁଇ ଦିନ ତଳେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତା’ପରେ ଦଳ ଅତିଶୀଙ୍କୁ ଦିଳ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା। ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଅତିଶୀଙ୍କ ନାମ ଘୋଷଣା ହେବା ପରେ ସେ କେଜ୍ରିୱାଲ୍ଙ୍କୁ ନିଜ ଗୁରୁ ବୋଲି କହିଥିଲେ।
Comments are closed.