ଯୁଦ୍ଧ ପ୍ରଭାବରେ ପୁଣି ବଢ଼ିଲା ତେଲ ଦର

0

ଓଡ଼ିଆ ନ୍ୟୁଜ୍: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଛି। ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପ ଏହି ପରିସ୍ଥିତି ସମ୍ପର୍କରେ ବିବୃତି ଜାରି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି ଏହି ସ୍ଥିତି ଇରାନର ପରମାଣୁ ବିପଦକୁ ଦୂର କରିପାରିବ, ତେବେ ବର୍ତ୍ତମାନର ତୈଳ ମୂଲ୍ୟ ଆମେରିକା ତଥା ବିଶ୍ୱର ସୁରକ୍ଷା ପାଇଁ ଏହି ମୂଲ୍ୟ ବହୁତ କମ୍ ।

ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ କହିଛନ୍ତି, ଇରାନର ପରମାଣୁ କ୍ଷମତା ସମାପ୍ତ ହେବା ପରେ କ୍ଷଣସ୍ଥାୟୀ ତେଲ ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇବ। ସେ ଜୋର ଦେଇ କହିଛନ୍ତି, କେବଳ ମୂର୍ଖମାନେ ପରିସ୍ଥିତିକୁ ଭିନ୍ନ ଭାବରେ ଦେଖିବେ। ଏହା ଆମେରିକା ଓ ବିଶ୍ୱର ସୁରକ୍ଷା ତଥା ଶାନ୍ତି ପାଇଁ ଏକ ଛୋଟ ମୂଲ୍ୟ।ଅଶୋଧିତ ତେଲ ଦର ପ୍ରତି ବ୍ୟାରେଲ ୧୦୦ ଡଲାରରୁ ଅଧିକ ବୃଦ୍ଧି ପାଇବା ପରେ ଟ୍ରମ୍ପଙ୍କର ଏହି ବିବୃତି ଆସିଛି।

Leave A Reply

Your email address will not be published.