ଜୀ-ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟଲିଟି ସୋ ମାଧ୍ୟମରେ । ସେହି ପରି ନାରୀ ସାହସର ଏକ ଅଦମ୍ୟ କାହାଣୀକୁ ନେଇ ଅକ୍ଟୋବର ୨ ରୁ ଜୀ-ସାର୍ଥକରେ ପ୍ରସାରିତ ‘ସନ୍ଧ୍ୟା ରାଗିଣୀ’ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ସମ୍ପୂର୍ଣ ଓଡିଆ ଘରର କାହାଣୀ ଓ ପରମ୍ପରାକୁ ନେଇ ଓଡ଼ିଶାର ଲୋକପ୍ରିୟ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ସବୁ ସପ୍ତାହରେ ଅଧିକରୁ ଅଧିକ ଦର୍ଶକଙ୍କ ଭଲ ପାଇବା ସାଉଁଟିଛି ।
ଓଡିଶାର ଏକ ଛୋଟ ଗାଁରେ ଦୁଇ ଭଉଣୀ ଯଶୋଦା ଓ ଦେବକୀ ଏକ ଭୁଲ ବୁଝାମଣା ପାଇଁ ଅଲଗା ହୋଇଯାଇଥିଲେ..ଏହା ମଧ୍ୟରେ ବହୁତ ବର୍ଷ ବିତି ଯାଇଛି । ଗୋଟେ ପଟେ ଦେବକୀର ଝିଅ ରାଗିଣୀ, ଲଣ୍ଡନରେ ପାଠ ପଢିଥିବା ଆଧୁନିକ ତଥା ସ୍ବାଧୀନ ଚିନ୍ତାଧାରା ରଖୁଥିବା ଝିଅ । ଆଉ ଅନ୍ୟ ପଟେ ପାରମ୍ପରିକ ଚଳଣି ସହ ଘରର ବଡ଼ମାନଙ୍କୁ ସମ୍ମାନ କରୁଥିବା ଯଶୋଦାର ଝିଅ ‘ସନ୍ଧ୍ୟା’ ଏବଂ ତା ସ୍ୱପ୍ନ ଭାରତ ପାଇଁ ହକି ଖେଳିବାକୁ। ଦେବକୀର ମୃତ୍ୟୁ ପରେ ଯଶୋଦା ରାଗିଣୀକୁ ନିଜ ସାଙ୍ଗରେ ଘରକୁ ନେଇ ଆସିଛି । ଆଧୁନିକ ଚିନ୍ତାଧାରା ରଖୁଥିବା ଝିଅ କଣ ଚୌଧୁରୀ ପରିବାରରେ ନିଜକୁ ଖାପଖୁଆଇ ଚଳି ପାରିବ ଯୋଉଠି ସିଦ୍ଧାନ୍ତ ଓ ନୈତିକତା ସୀମା ରେଖା ବାହାରେ କିଛି ବି ସମ୍ଭବ ନୁହଁ। ଯଶୋଦା ଦୁଇ ଝିଅ ସନ୍ଧ୍ୟା ଓ ରାଗିଣୀଙ୍କ ସ୍ୱପ୍ନ ପୁରା କରିବାକୁ ଯାଇ କଣ କିଛି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ, ରାଗିଣୀର ଚାଲିଚଲଣ ପାଇଁ ଆଗକୁ ଯାଇ ଯଶୋଦା-ରଘୁରାଜ ସମ୍ପର୍କରେ କଣ ଫାଟ ସୃଷ୍ଟି ହେଇଯିବ, ଏଇ ସବୁକୁ ନେଇ ଆମ ଧାରାବାହିକ ସନ୍ଧ୍ୟା-ରାଗିଣୀ । ଧାରାବାହିକ ର ମୁଖ୍ୟ ଚରିତ୍ରରେ ଅଛନ୍ତି ନିତୁ ମିଶ୍ର, ହିତେସା, ପ୍ରିୟଙ୍କା, ଦୀପ୍ତି ରେଖା, ଜ୍ୟୋତି ଓ କେକେ ।
ଜୀ-ସାର୍ଥକର ସଦା ସର୍ବଦା ଓଡ଼ିଶାର ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ସହିତ ଓଡିଆ ଘରର କାହାଣୀକୁ ନେଇ ରାଜ୍ୟର ଦର୍ଶକଙ୍କ ମନୋରଞ୍ଜନ କରିଆସିଛି ଯେଉଁଥିପାଇଁ ଆପଣ ମାନେ ଏହି ଚ୍ଯାନେଲ କୁ ସବୁବେଳେ ଏକ ନମ୍ବର ଚ୍ଯାନେଲ କରି ରଖିଛନ୍ତି । ଆଗକୁ ମଧ୍ୟ ଏହି ମେଗା ଧାରାବାହିକରେ ନୂଆ ନୂଆ ଅପ୍ରତ୍ୟାଶିତ ମୋଡ ଆସିବ ଯାହା ନିଶ୍ଚିତ ଭାବରେ ଆମ ଦର୍ଶକଙ୍କୁ ଭଲ ଲାଗିବା ବୋଲି ଜୀ-ସାର୍ଥକ ଚିଫ୍ ଚ୍ଯାନେଲ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି ।