ଆମେ ମୋଦୀଙ୍କୁ ସଂସଦ ଆସିବାକୁ ବାଧ୍ୟ କରିଦେଲୁ: ଅଧୀର ରଂଜନ ଚୌଧୁରୀ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଯୋଗୁ ଉଠୁଛି ପଡୁଛି ସଂସଦ । ୩ଦିନ ହେଲାଣି ମଣିପୁର ପ୍ରସଙ୍ଗକୁ ନେଇ ଗୃହରେ ଚାଲିଛି ହାଇଭୋଲ୍ଟେଜ ବିତର୍କ । ବିରୋଧୀ ଶାସକ , ଉଭୟ ଉଭୟଙ୍କୁ ଟାର୍ଗେଟ କରୁଛନ୍ତି । ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ବିତର୍କ ମଧ୍ୟରେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି କି, ଦେଶର ମୁଖ୍ୟ ହିସାବରେ ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ଲୋକଙ୍କ ସହ ମନ୍ କି ବାତ୍ କରିବା ଉଚିତ ।
ଏହି ଦାବି କିଛି ଭୁଲ ଦାବି ନୁହେଁ, ଏହା ଦେଶର ସାଧାରଣ ଜନତାଙ୍କ ଦାବି । ଏହାସହ ମୋଦୀ ୧୦୦ ଥର ପ୍ରଧାନମନ୍ତ୍ରୀ ହୁଅନ୍ତୁ ତା ଉପରେ ଆମର କୌଣସି ଆପତ୍ତି ନାହିଁ ହେଲେ ଆମର ଦେଶର ଲୋକଙ୍କ ସହ ନେଣଦେଣ ରହିଛି । ଏହା ପୂର୍ବରୁ ଅଧୀର ରଂଜନ କହିଥିଲେ କି ଅବିଶ୍ୱାସ ପ୍ରସ୍ତାବର ଶକ୍ତି ଦେଖନ୍ତୁ, ଆମେ ଏହି ପ୍ରସଙ୍ଗରେ ମୋଦୀଙ୍କୁ ସଂସଦ ଆସିବାକୁ ବାଧ୍ୟ କରିଦେଲୁ । ଏହା ବିରୋଧୀ ଓ ସଂସଦୀୟ ପରମ୍ପରାର ଶକ୍ତି ବୋଲି ସେ କହିଛନ୍ତି । ଆମେ ଦାବି କରିଥିଲୁ ମଣିପୁର ପ୍ରସଙ୍ଗରେ ମୋଦୀ ସଂସଦର ଆଲୋଚନାରେ ଭାଗ ନିଅନ୍ତୁ । କିନ୍ତୁ କିଏ ଜାଣିଛି ମୋଦୀ ସଂସଦ ଆସିବେ ନାହିଁ ବୋଲି ରାଣ ଖାଇଛନ୍ତି । ଆମେ କେବେ ଅବିଶ୍ୱାସ ପ୍ରସ୍ତାବ ଆଣିବୁ ତାହା ଭାବି ନଥିଲୁ, ହେଲେ ପରିସ୍ଥିତିକୁ ଦେଖି ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ବାଧ୍ୟହେଲୁ ବୋଲି ସେ କହିଛନ୍ତି । ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଅଧିର ରଂଜନ କହିଛନ୍ତି କି, ଯେଉଁ ରାଜ୍ୟର ରାଜା ଅନ୍ଧ ଅଟନ୍ତି ସେଠାରେ ଦ୍ରୌପଦୀମାନଙ୍କର ବସ୍ତ୍ରହରଣ ହୋଇଥାଏ । ଏହା ଉପରେ ଗୃହମନ୍ତ୍ରୀ ଅମିତ୍ ଶାହା କହିଥିଲେ କି ‘ଆପଣ ପ୍ରଧାନମନ୍ତ୍ରୀଙ୍କ ବାବଦରେ ସଂସଦରେ ଏଭଳି କହିପାରିବେ ନାହିଁ’ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମଣିପୁରର ଦୁଇଜଣ ସାଂସଦ ମଧ୍ୟ ରହିଛନ୍ତି, ହେଲେ ସେମାନଙ୍କୁ ସଂସଦରେ କହିବାର ସୁଯୋଗ ଦିଆଯାଉନାହିଁ । ଏହାପରେ ସେ ଗୃହମନ୍ତ୍ରୀଙ୍କୁ ଏକ କଡା ପ୍ରଶ୍ନ କରିଥିଲେ । ଏଥିରେ ସେ ପଚାରିଥିଲେ କି ଆପଣ କହୁଛନ୍ତି ବଫର ଜୋନରେ ଆପଣ ସେନା ନିଯୁକ୍ତ କରିଛନ୍ତି , ବଫର ଜୋନ ଲାଇନ୍ ଅଫ୍ କଣ୍ଟ୍ରୋଲ ଠାରେ ନିର୍ମାଣ ହୋଇଛି । ଏହାର ଅର୍ଥ ଆପଣ କଣ ସ୍ୱୀକାର କରୁଛନ୍ତି ? ସେ ପଳାତକ ବ୍ୟବସାୟୀ ନୀରବ ମୋଦୀଙ୍କ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ମଧ୍ୟ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଳାତକ ବ୍ୟବସାୟୀ ନୀରବ ମୋଦୀଙ୍କ ସହ ତୁଳନା କରିଛନ୍ତି । ନୀରବ ମୋଦୀ ବିଦେଶରେ ବୁଲୁଛନ୍ତି ଓ ତାଙ୍କ ଫଟୋ ଆମେ ଦେଖୁଛୁ । ଅଧୀର ରଂଜନଙ୍କ ବୟାନ ଉପରେ ବିଜେପି ନେତା ତଥା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଏବେ କଂଗ୍ରେସକୁ ମଣିପୁର ସାଂସଦଙ୍କ ଚିନ୍ତା ପଡିଛି । ହେଲେ ୧୯୯୩ ମସିହାରେ କେନ୍ଦ୍ର ଓ ମଣିପୁର ଉଭୟ ସ୍ଥାନରେ କଂଗ୍ରେସର ସରକାର ଥିଲା । ସେହି ସମୟରେ ମଣିପୁର ସାଂସଦମାନେ କେନ୍ଦ୍ର ସରକାରଙ୍କ ନିକଟରେ କାନ୍ଦି କାନ୍ଦି କହୁଥିଲେ କି ମଣିପୁର ସରକାର କିଛି କରିପାରିଲା ନାହିଁ । ମଣିପୁର ସରକାର ପାଖରେ ଫଣ୍ଡ ନାହିଁ ଓ ସରକାରଙ୍କ ପାଖରେ ଅସ୍ତ୍ରଶସ୍ତ୍ର କିଣିବାକୁ ବି ଟଙ୍କା ନାହିଁ । ତେଣୁ କଂଗ୍ରେସ କହିବା ପୂର୍ବରୁ ପୂର୍ବକଥା ମନେପକାଇବା ଉଚତ୍।

Leave A Reply

Your email address will not be published.